ମାଓବାଦୀଙ୍କ ବର୍ବରକାଣ୍ଡ: ବିଜେପି ନେତାଙ୍କୁ କଲେ ହତ୍ୟା

ଛତିଶଗଡ: ଛତିଶଗଡ ବିଜାପୁର ଜିଲା ତନୟା ଥାନା ଅଂଚଳରେ ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବା ବେଳେ ତୋୟନାର ଅଞ୍ଚଳରେ ବିଜେପି ନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ତିରୁପତି କଟଲାଙ୍କୁ ଅଟକାଇଥିଲେ ମାଓବାଦୀ । ପରେ ଟାଙ୍ଗିଆ ଓ ଧାରୁଆ ଅସ୍ତ୍ରରେ ତାଙ୍କୁ ହାଣି ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡ ପରେ ଛତିଶଗଡରେ ମାଓବାଦୀ ପୁଣି ସକ୍ରିୟ ଥିବାରୁ ଲୋକେ ଭୟଭୀତ ହୋଇଛନ୍ତି। ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ, ପୁଲିସ ତଦନ୍ତ ଆରମ୍ଭ କରିଛି ।
Powered by Froala Editor