ଦେଶର ସବୁଠାରୁ ବୟୋଜ୍ୟେଷ୍ଠ ଏମପିଙ୍କ ପରଲୋକ
ସମାଜବାଦୀ ପାର୍ଟି ସାଂସଦ ଶଫିକୁର୍ ରହେମାନଙ୍କ ପରଲୋକ ହୋଇଛି। ସେ ଦେଶର ସବୁଠାରୁ ବୟୋଜ୍ୟେଷ୍ଠ ସାଂସଦ ଥିଲେ। ୯୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଏମପିଙ୍କ ନାତି ଜିଆଉର ରହେମାନ ବୁର୍କ କହିଛନ୍ତି ଯେ ତାଙ୍କର ଦାଦାଙ୍କ ସ୍ବାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ଏହା ପରେ ତାଙ୍କୁ ମୋରାଦାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସକାଳେ ତାଙ୍କୁ ଆଇସିୟୁକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସମାଜବାଦୀ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।
ଚାରିଥର ବିଧାୟକ ତଥା ଚାରିଥର ଏମପି ଥିବା ଡକ୍ଟର ଶଫିକୁର୍ ରହେମାନ ବୁର୍କ ୨୦୧୯ ରେ ପଞ୍ଚମ ଥର ପାଇଁ ଏମପି ଭାବରେ ନିର୍ବାଚିତ ହୋଇଥିଲେ। ବୟସ ଏବଂ ଅଭିଜ୍ଞତା ଦୃଷ୍ଟିରୁ ସେ ବିଭାଗର ସବୁଠାରୁ ବରିଷ୍ଠ ରାଜନେତା ଥିଲେ। ତାଙ୍କର ରାଜନନୈତିକ ଆଭିମୁଖ୍ୟ ହେତୁ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି।
Powered by Froala Editor