ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ
![ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ](https://odishanewslens.com/news_gallery/28322_1709060729.jpg)
ନିଜ ପ୍ରଡକ୍ଟ ବିଷୟରେ ମିଛ ବିଜ୍ଞାପନ ଦେଉଥିବାରୁ ପତଞ୍ଜଳି ଆୟୁର୍ବେଦ କମ୍ପାନୀ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଏଥିସହିତ ରୋଗ କିମ୍ବା ଅସୁସ୍ଥତା ସହ ଯୋଡ଼ି କମ୍ପାନୀ ନିଜର ପ୍ରଡକ୍ଟର କୌଣସି ବିଜ୍ଞାପନ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି।
ପତଞ୍ଜଳି ଓ ବାଲକୃଷ୍ଣଙ୍କୁ ଅଦାଲତ ଅବମାନନା ନୋଟିସ ପଠାଇବା ସହ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆପଣ ବିଭ୍ରାନ୍ତିକର ବିଜ୍ଞାପନ କିଭଳି ପ୍ରକାଶ କଲେ ସେ ନେଇ ଅଦାଲତ ପ୍ରଶ୍ନ କରିଛନ୍ତି। କମ୍ପାନୀକୁ ତତ୍ ସମ୍ପର୍କିତ ବିଜ୍ଞାପନ କରିବାକୁ ବ୍ୟାନ୍ କରାଯାଇଛି।
ଭ୍ରମାତ୍ମକ ବିଜ୍ଞାପନ ଦେଇ କମ୍ପାନୀ ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରି ଭାରତୀୟ ମେଡିକାଲ ସଂଗଠନ(ଇଣ୍ଡିଆନ ମେଡିକାଲ ଆସୋସିଏସନ୍) ପତଞ୍ଜଳି ଆୟୁର୍ବେଦ ବିରୋଧରେ କୋର୍ଟରେ ଅଭିଯୋଗ କରିଥିଲା।
ମଙ୍ଗଳବାର କୋର୍ଟ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ ଏହସାନୁଦ୍ଦିନ ଅମାନୁଉଲ୍ହା ଓ ପ୍ରଶାନ୍ତ କୁମାର ମିଶ୍ରାଙ୍କ ବେଞ୍ଚ ଏହି ମାଲାର ଶୁଣାଣି କରିଛନ୍ତି। ବିଜ୍ଞାପନରେ ପ୍ରକାଶ ପାଇଥିବା ଫଟୋ ଆଧାରରେ ପତଞ୍ଜଳିକୁ ନୋଟିସ୍ ଜାରି କରାଯାଇଛି। ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶକୁ ପତଞ୍ଜଳି ଉଲ୍ଲଘଂନ କରିଛି। ୨୧ ନଭେମ୍ବର ୨୦୨୩ରେ ଦେଇଥିବା ପ୍ରତିଶ୍ରୁତିକୁ ପତଞ୍ଜଳି ରଖିନି ବୋଲି କୋର୍ଟ କହିଛନ୍ତି।
Powered by Froala Editor