ସୁଦର୍ଶନ ସେତୁର ଉଦଘାଟନ କଲେ ମୋଦି
ନୂଆଦିଲ୍ଲୀ: ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଦର୍ଶନ ସେତୁର ଉଦଘାଟନ କଲେ ମୋଦି । ଏହା ଦେଶର ସବୁଠୁ ଦୀର୍ଘତମ କେବୁଲ ବ୍ରିଜ୍ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ । ଏହାସହ ଦ୍ବାରକା ମନ୍ଦିରରେ ପହଞ୍ଚି ସେ ପୂଜାର୍ଚ୍ଚନା କରିଛନ୍ତି । ଯାହାକି ଓଖାରୁ ବେଟ୍ ଦ୍ବାରକାକୁ ସଂଯୋଗ କରିବ । ଏହାସହ ରାଜକୋଟ ସ୍ଥିତ ଏମ୍ସ ଉଦଘାଟନ କରିବାର ମଧ୍ୟ କାର୍ୟ୍ୟକ୍ରମ ରହିଛି । ୫୨ହଜାର ୨୫୦ କୋଟି ଟଙ୍କା ପ୍ରକଳ୍ପର ଭେଟି ପାଇବେ ଗୁଜୁରାଟବାସୀ । ଏହାପରେ ୧ ହଜାର ୦୫୬ କୋଟି ଟଙ୍କାର ରେଲୱେ ପ୍ରକଳ୍ପର ଉଦଘାଟନ କରିବାର ମଧ୍ୟ କାର୍ୟ୍ୟକ୍ରମ ରହିଛି । ଯାହା ଦ୍ବାରା ବହୁ ଲୋକେ ଉପକୃତ ହେବେ ବୋଲି ଆଶା ରହିଛି । ତେବେ ଗୁଜୁରାଟର ଏହି ସିଗ୍ନେଚର ବ୍ରିଜ କାରଣରୁ ବାର୍ଷିକ ପ୍ରାୟ ୬୫ ଲକ୍ଷରୁ ଅଧିକ ଲୋକେ ଉପକୃତ ହେବେ ବୋଲି କୁହାଯାଇଛି । ଆସନ୍ତାକାଲିଠୁ ଏହାକୁ ବ୍ୟବହାର କରିପାରିବେ ଲୋକେ । ସିଗ୍ନେଚର ବ୍ରିଜକୁ ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ବୋଲି କୁହାଯାଏ । ଆଜି ନିଜର ଡ୍ରିମ ପ୍ରୋଜେକ୍ଟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ସିଗ୍ନେଚର ବ୍ରିଜର ଲମ୍ବ ୨ ହଜାର ୩୨୦ ମିଟର ରହିଛି । ୪ ଲେନ୍ ବିଶିଷ୍ଟ ଏହି ସେତୁ ୨୭.୨୦ ମିଟର ଚଉଡ଼ା ହୋଇଥିବାବେଳେ ଦୁଇ ପାର୍ଶ୍ବରେ ୨.୫୦ ମିଟର ଚଉଡା ବିଶିଷ୍ଟ ଫୁଟପାଥ୍ ରହିଛି । ଏହାସହ ବ୍ରିଜର ୧୨ଟି ସ୍ଥାନରେ ଗ୍ୟାଲେରୀର ବ୍ୟବସ୍ଥା ରହିଛି । ଏଠାରେ ଥିବା ଫୁଟପାଥରେ ସୋଲାର ପ୍ୟାନେଲ ମଧ୍ୟ ଲାଗିଛି। ନିଜ ଜନ୍ମମାଟି ଗୁଜରାଟକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟର ରାଜକୋଟ ବିଧାନସଭା ଆସନରୁ ସେ ନିଜର ରାଜନୈତିକ କ୍ୟାରିଅରର ପ୍ରଥମ ସଫଳତା ପାଇଥିଲେ । ଆଉ ଆଜି ଗୁଜୁରାଟବାସୀଙ୍କୁ ମେଗା ପ୍ରକଳ୍ପ ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ୟ୍ୟକ୍ରମ ପୂର୍ବରୁ ଜାମନଗରରେ ଏକ ମେଗା ରୋଡ୍ ଶୋ' ଆୟୋଜନ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ବିଶାଳ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ବିଜେପି ସମର୍ଥକମାନେ ସାମିଲ ହୋଇଥିଲେ । ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
Powered by Froala Editor