ଇନଫର୍ମର ସନ୍ଦେହ, ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ଘଟିଛି ଏହି ହିଂସାକାଣ୍ଡ । ମୃତକ ମାନେ ହେଲେ ପାମେଡ ଥାନା ଅନ୍ତର୍ଗତ କାୟର ଦୁଲେଡ ଗ୍ରାମର ସୋଡି ହୁଙ୍ଗା ଓ ମାଡବି ନନ୍ଦା । ନକ୍ସଲ ପନ୍ଥିଙ୍କ ପାମେଡ ଏରିଆ କମିଟି ଏହି ହତ୍ୟା କାଣ୍ଡ ଘଟାଇଥିବା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି । ଘଟଣା ସମ୍ପର୍କରେ ଅଧିକ ଛାନବିନ କରୁଛି ସୁକମା ପୋଲିସ ।
ମାଓବାଦୀଙ୍କ ଏମିତି କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
Powered by Froala Editor