ଅସ୍ତ୍ରୋପଚାର ପାଇଁ ଆଇପିଏଲ୍ ଖେଳିବେନି ମହମ୍ମଦ ଶାମୀ
ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ପ୍ରାୟ ଏକ ମାସ ବାକି ଅଛି। ଏହାପୂର୍ବରୁ, ଗୁଜରାଟ ଟାଇଟାନ୍ସକୁ ବଡ଼ ଝଟକା ଲାଗିଛି। ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୪ ସିଜନରେ ଦ୍ରୁତ ବୋଲର ମହମ୍ମଦ ଶାମି ଖେଳିବେନି।
ଆହତ କାରଣରୁ ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ମଧ୍ୟ ଚୟନ କରାଯାଇ ନଥିଲା। ଏହାପରେ ଘରୋଇ ମାଟିରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ମଧ୍ୟ ବାଦ ପଡିଥିଲେ। ତେବେ ବ୍ରିଟେନରେ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ବିସିସିଆଇ ସୂତ୍ରରୁ ପ୍ରକାଶ।
୩୩ ବର୍ଷୀୟ ଶାମି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିବେନି। ସେ ଶେଷ ଥର ପାଇଁ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ODI ବିଶ୍ୱକପ ଫାଇନାଲରେ ଭାରତ ପାଇଁ ଖେଳିଥିଲେ। ଶାମି ଜାନୁଆରୀର ଶେଷ ସପ୍ତାହରେ ଆଣ୍ଠୁ ପାଇଁ ଏକ ଇଞ୍ଜେକ୍ସନ ନେବା ପାଇଁ ଲଣ୍ଡନ ଯାଇଥିଲେ। ଯଦିଓ ଇଞ୍ଜେକସନ୍ କାମ କରିନଥିବା ଜଣାପଡିଛି । ତେଣୁ ଏକ ମାତ୍ର ବିକଳ୍ପ ସର୍ଜରୀ ବୋଲି ଜଣାପଡିଛି।
ଗୁଜରାଟ ପାଇଁ ଶାମିଙ୍କ ଅନୁପସ୍ଥିତି ଅତ୍ୟନ୍ତ କ୍ଷତିକାରକ ହୋଇପାରେ। ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଛାଡି ମୁମ୍ବାଇ ଇଣ୍ଡିଆନ୍ସ ଯିବା କାରଣରୁ ଦଳ ପୂର୍ବରୁ ଵ୍ୟାକଫୁଟରେ ରହିଛି। ଗୁଜୁରାଟର ଅଧିନାୟକ ଥିବା ହାର୍ଦ୍ଦିକଙ୍କୁ ଗତ ବର୍ଷ ନିଲାମ ପୂର୍ବରୁ ମୁମ୍ବାଇ ତାଙ୍କୁ ଗୁଜରାଟରୁ କିଣି ନେଇଥିଲା।
Powered by Froala Editor