ବାରବାଟୀ ଷ୍ଟାଡିୟମ ବୁଲି ନୂଆ ପ୍ରକଳ୍ପର ବ୍ଲୁପ୍ରିଣ୍ଟ ଦେଖିଲେ ପାଣ୍ଡିଆନ

କଟକ : ଆଗାମୀ ତିନି ବର୍ଷ ମଧ୍ୟରେ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମର ମାନ୍ୟତା ପାଇବ ଐତିହାସିକ ବାରବାଟୀ ଷ୍ଟାଡିୟମ । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ବାରବାଟୀ ଷ୍ଟାଡିୟମ ବୁଲି ନୂଆ ପ୍ରକଳ୍ପର ବ୍ଲୁପ୍ରିଣ୍ଟ ଦେଖିଥିଲେ। ଏଥି ସହିତ ପିଚ, ଗ୍ରାଉଣ୍ଡ, ଗ୍ୟାଲେରୀର ସ୍ଥିତି ଅନୁଧ୍ୟାନ କରିଥିଲେ। ସାଥିରେ ବିଜେଡିର ସାଂଗଠନିକ ସଂପାଦକ ତଥା ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ଓସିଏ ସମ୍ପାଦକ ସଂଜୟ ବେହେରା ,କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା ଷ୍ଟାଡିୟମ ବୁଲି ଦେଖିଥିଲେ।
ପିଚ ଉପରେ ପାଣ୍ଡିଆନ ରଣଜୀ ଖେଳାଳି ଓ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ କରିବେ। ପରେ ତିନି ବର୍ଷ ମଧ୍ୟରେ ଷ୍ଟାଡିୟମ କାମ ଶେଷ ହେବ । ନବୀକରଣ ପ୍ରକଳ୍ପ ଅଧିନରେ ବାରବାଟୀର ପୁରୁଣା ଗ୍ୟାଲେରୀ ସବୁ ଭଙ୍ଗା ହୋଇ ନୂଆ ହେବ। ପରେ ପୁରା ଷ୍ଟାଡିୟମରେ ଦର୍ଶକ ପାଇଁ ୬୦ ହଜାର ନୂଆ ଚେୟାର ଲାଗିବ।
ଏଥି ସହିତ ପଡିଆ ଭିତରର ସୌନ୍ଦର୍ୟ୍ୟକରଣ ହେବ। ଏଥି ସହିତ ଡ୍ରେସିଂ ରୁମ, ଜିମ, ସୁଇମିଂ ପୁଲ, ଇଣ୍ଡୋର ଗେମର ବ୍ୟବସ୍ଥା ହେବ। ଏଥି ସହିତ ଷ୍ଟାଡିୟମ ବାହାରର ସୌନ୍ଦର୍ୟ୍ୟକରଣ ସହ ଅନ୍ୟାନ୍ୟ ଖେଳର ଭିତ୍ତିଭୂମି ବିକାଶ କରାଯିବ।
Powered by Froala Editor