ଦାନ୍ତର ଅସ୍ତ୍ରୋପ୍ରଚାର ବେଳେ ଯୁବକଙ୍କ ମୃତ୍ୟୁ, ମାର୍ଚ୍ଚରେ ହୋଇଥାନ୍ତା ବାହାଘର
ହାଇଦ୍ରାବାଦରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଦାନ୍ତର ଅସ୍ତ୍ରୋପ୍ରଚାର ଚାଲିଥିବା ବେଳେ ଜଣେ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ନାମ ଲକ୍ଷ୍ମୀ ନାରାୟଣ ଭିଞ୍ଜମ (୨୮ବର୍ଷ) ବୋଲି ଜଣାପଡ଼ିଛି।
ଗତ ୧୬ ତାରିଖରେ ଲକ୍ଷ୍ମୀ ନାରାୟଣ FMS ଇଣ୍ଟରନ୍ୟାସନାଲ ଡେଣ୍ଟାଲ କ୍ଲିନିକରେ କରିଥଲେ ସର୍ଜରୀ । ନିଶ୍ଚେତକର ଓଭରଡୋଜ୍ କାରଣରୁ ମୃତ୍ୟୁ ହୋଇଥିବା ନେଇ ବାପାଙ୍କ ଅଭିଯୋଗ । ଲକ୍ଷ୍ମୀ ନାରାୟଣଙ୍କ ବାପା ରାମୁଲୁ ଭିଞ୍ଜାମ କହିଛନ୍ତି କି, ` ପୁଅ ଅସ୍ତ୍ରୋପଚାର ବିଷୟରେ ଆମକୁ କିଛି କହିନଥିଲା । ଲକ୍ଷ୍ମୀ ନାରାୟଣର କୌଣସି ସ୍ବାସ୍ଥ୍ୟଗତ ଅସୁବିଧା ନଥିଲା । କିନ୍ତୁ ପୁଅର ସର୍ଜରୀ ପରେ ଡାକ୍ତର ଆମକୁ ଡାକିଥିଲେ । ଆମେ `ପହଁଚିବା ପୂର୍ବରୁ ମୃତ ଘୋଷଣା କରିଥିଲେ ଡାକ୍ତର’ ।
ବାପା କହିଛନ୍ତି, ‘ପୁଅର ଆସନ୍ତା ମାର୍ଚ୍ଚ ମାସରେ ବିବାହ ହୋଇଥାଆନ୍ତା । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ବି ସରିଥିଲା। ସେପଟେ ଘଟଣାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଅସ୍ବୀକାର କରିଛନ୍ତି । ମାମଲା ଥାନାରେ ପହଞ୍ଚିଥିବାବେଳେ ପୋଲିସର ତଦନ୍ତ ଜାରି ରହିଛି ।
Powered by Froala Editor