ଅବସର ଘୋଷଣା କଲେ ବେଙ୍ଗଲ କ୍ରିକେଟର ମନୋଜ ତିୱାରୀ

ଅଚାନକ ଅବସର ଘୋଷଣା କରିଛନ୍ତି ବେଙ୍ଗଲ କ୍ରିକେଟର ମନୋଜ ତିୱାରୀ। ଟିମ ଇଣ୍ଡିଆରୁ କିଛି ଦିନ ଦୂରେଇ ରହିବା ପରେ କ୍ରିକେଟରୁ ବିଦାୟ ନେଇଛନ୍ତି ମନୋଜ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ନେଇ ବର୍ତ୍ତମାନ ବ୍ୟସ୍ତ ରହିଛି ଟିମ ଇଣ୍ଡିଆ । ଏହାଭିତରେ ମନୋଜ ଅବସର ଘୋଷଣା କରିଛନ୍ତି ।
ତେବେ ଅବସର ଘୋଷଣା ପରେ ତାଙ୍କର ଏକ ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସେ କହିଛନ୍ତି ଯେ, ତତ୍କାଳୀନ ଅଧିନାୟକ ଧୋନୀଙ୍କୁ ସେ ପଚାରିବାକୁ ଚାହୁଁଛନ୍ତି ଯେ, ଶତକ ହାସଲ କରିବା ପରେ ମଧ୍ୟ ତାଙ୍କୁ କାହିଁକି ଦଳରୁ ବାଦ୍ ଦିଆଯାଇଥିଲା? ଚେନ୍ନାଇରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ୧୦୪ ରନ୍ କରି ଅପରାଜିତ ରହିଥିଲେ ମନୋଜ, ତେଣୁ ତାଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ ବୋଲି ମଧ୍ୟ ଘୋଷଣା କରାଯାଇଥିଲା । କିନ୍ତୁ ୬ଟି ମ୍ୟାଚ ପରେ ଜିମ୍ବାୱେ ବିପକ୍ଷ ସିରିଜରେ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା । ରନ୍ କରିବା ପରେ ମଧ୍ୟ ମୋତେ ଦଳରୁ କାହିଁକି ବାଦ୍ ଦିଆଯାଇଥିଲା ବୋଲି ଧୋନୀଙ୍କୁ ପଚାରିବାକୁ ଚାହୁଁଥିବା ମନୋଜ ପ୍ରକାଶ କରିଛନ୍ତି ।
Powered by Froala Editor