ବିଜେପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ବିଜେପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁକୁର୍ଲାଠାରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ନବ ନିର୍ମିତ କ୍ୟାନସର୍ ହସ୍ପିଟାଲର କରିବେ ଶୁଭ ଉଦଘାଟନ। ଏହାସହ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହାବାଦ୍ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ପରେ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବାର କାର୍ୟ୍ୟକ୍ରମ ରହିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ହୋଇଛି ବ୍ୟାପକ ବନ୍ଦୋବସ୍ତ।
ମୁଖ୍ୟମନ୍ତ୍ରୀ ସକାଳ ସାଢେ ୧୧ଟାରେ ବିଜେପୁର ବ୍ଲକ କନାପାଲିଠାରେ ଥିବା ହେଲିପ୍ୟାଡରେ ଓହ୍ଲାଇବା ପରେ କାନାପାଲି ପମ୍ପ ହାଉସ ପରିଦର୍ଶନ କରିବେ। ପରେ ଆୟୋଜିତ ଉଦ୍ ଘାଟନୀ ସଭାରେ ସାମିଲ ହେବେ । ନବୀନ ବହୁ ପ୍ରତିକ୍ଷୀତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଶୁଭ ଉଦ୍ ଘାଟନ କରିବାର କାର୍ୟ୍ୟକ୍ରମ ରହିଛି।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହ ନାଥ ମନ୍ଦିରର ଉନ୍ନତିକରଣ କାର୍ୟ୍ୟର ଉଦଘାଟନ କରିବେ। ଏହାସହିତ ଅତ୍ୟାଧୁନିକ କ୍ୟାନ୍ସର ହସପିଟାଲର କରିବେ ଲୋକାର୍ପଣ। ପ୍ରାୟ ୧୨୦ କୋଟି ବ୍ୟୟ ଅଟକଳରେ ନିର୍ମିତ ଏହି ୫ ମହଲା ବିଶିଷ୍ଟ କ୍ୟାନ୍ସର ହସପିଟାଲ ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଛି । ଯାହା ପଶ୍ଚିମ ଓଡିଶାର କ୍ୟାନ୍ସର ପୀଡିତମାନେ ଏଠାରେ ଚିକିତ୍ସା ସେବା ପାଇ ପାରିବେ।
Powered by Froala Editor