ନଗର କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ କଣ୍ଟାବାଞ୍ଝି ବନ୍ଦ

ବଲାଙ୍ଗୀର: କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ଘଟଣା। ଏହାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଝି ବନ୍ଦ ଡାକରା ଦିଆଯାଇଛି। ନଗର କଂଗ୍ରେସ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଉଛି। ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ହେଲେ ମଙ୍ଗଳବାର ମାଟ୍ରିକ୍ ପରୀକ୍ଷା ଥିବାରୁ ସ୍କୁଲ , କଲେଜ ସହ ସରକାରୀ ଅନୁଷ୍ଠାନ ଗୁଡିକ ଖୋଲା ରହିଛି। ସୋମବାର ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା କରାଯିବା ନେଇ ପୋଷ୍ଟର ଲଗାଯାଇଥିଲା।
Powered by Froala Editor