ମକ୍ତବ୍ ସ୍କୁଲରେ ଅଘଟଣ : ପାଇଖାନା ଛାତ ପଡ଼ି ୨ ଛାତ୍ର ଗୁରୁତର

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସଦର ମହକୁମାରେ ଥିବା ଏକ ସରକାରୀ ଉର୍ଦ୍ଦୁ ପ୍ରାଥମିକ ମକ୍ତବ୍ (ସ୍କୁଲ)ରେ ଘଟିଛି ଅଭାବନୀୟ ଘଟଣା। ପାଇଖାନା ଛାତ ଖସି ପଡିବାରୁ ଦୁଇ ଜଣ ଛାତ୍ର ଆହାତ ହୋଇଛନ୍ତି। ଗୁରୁତର ହୋଇଥିବା ଦୁଇ ଛାତ୍ର ହେଲେ ସନ୍ତୋଷ କାରୁଆ ଓ ରାଜା ନାଏକ। ଉଭୟ ପଞ୍ଚମ ଶ୍ରେଣୀର ଛାତ୍ର। ଦୁହିଁଙ୍କୁ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ଥିବା କୁହାଯାଉଛି। ଏହି ଦୁର୍ଘଟଣାକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଭାବକ ମାନେ ମକ୍ତବ ସ୍କୁଲ ନିକଟରେ ପାଟଣା କେନ୍ଦେଇ ପଶି ରାସ୍ତା ଅବରୋଧ କରିଛନ୍ତି।
ଆଜି ଶିକ୍ଷୟିତ୍ରୀ ଛାତ୍ର ଓ ଛାତ୍ରୀମାନଙ୍କ ସହାୟତାରେ ସ୍କୁଲ ପରିସରରେ ଥିବା ପରିତ୍ୟକ୍ତ ପାଇଖାନା ଘର ପାଖରେ ସଫେଇ କରାଉଥିଲେ। ଠିକ୍ ସେଇ ସମୟରେ ପାଇଖାନା ଛାତ ଖସି ପଡ଼ିଥିଲା। ଯାହାଫଳରେ ପାଇଖାନା ଇଟା କାନ୍ଥ ଭାଙ୍ଗି ଯାଇଥିଲା। ଆଉ ସେଇ ଇଟା ଖଣ୍ଡ ଗୁଡ଼ିକ ଛିଟିକି ହୋଇ ଛାତ୍ରଙ୍କ ଉପରେ ପଡ଼ିଥିଲା। ଯେଉଁଥିପାଇଁ ଦୁଇ ଛାତ୍ର ଆହତ ହୋଇଥିଲେ।
Powered by Froala Editor