ଯାତ୍ରୀବାହୀ ବସ୍ ଧକ୍କାରେ ଦୁଇ ସ୍କୁଟି ଆରୋହୀ ମୃତ

ବ୍ରହ୍ମପୁର : ଗଞ୍ଜାମ କୋଟିନଡ଼ା ଥାନା ଡିପଲ ସ୍କୁଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ୍ ଧକ୍କାରେ ଦୁଇ ସ୍କୁଟି ଆରୋହୀ ମୃତ । କୋଟିନଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଦୀପକ ନାମକ ଏକ ଯାତ୍ରୀବାହୀ ବସ୍ଟି ଆସିକାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ଏହି ସମୟରେ କଲେଜ ଦିଗରୁ ଆସୁଥିବା ଏକ ସ୍କୁଟି ସହିତ ବସ୍ଟି ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ କୋଟିନଡ଼ା ଥାନା ଡିପଲ୍ ସ୍କୁଲ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଯାଇଛି । ଦୁଇ ମୃତକ ହେଲେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଅଞ୍ଚଳର କୁନାସ ସାହୁ ଏବଂ କେ. ରାଜେଶ ।
ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ କୋଟିନଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଏହାସହ ଦୁଇ ମୃତଦେହକୁ ଜବତ କରି ନିକଟସ୍ଥ ମେଡିକାଲକୁ ପଠାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।
Powered by Froala Editor