ଖଲି ପତ୍ର ତୋଳୁଥିବାବେଳେ ମହିଳାଙ୍କୁ ଗୁଳିମାଡ
ଭଞ୍ଜନଗର: ଜଙ୍ଗଲରୁ ଖଲି ପତ୍ର ତୋଳୁଥିବାବେଳେ ମହିଳାଙ୍କୁ ଗୁଳିମାଡ ହୋଇଛି। ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବୋଡିଗୋମା ଜଙ୍ଗଲରେ ଏହି ଘଟଣା ଘଟିଛି। ଗୁଳିମାଡରେ ଆହତ ହୋଇଥିବା ମହିଳା ଜଣକ ସ୍ବପ୍ନା ସାହୁ ବୋଲି ଜଣାପଡିଛି। ଶନିବାର ସନ୍ଧ୍ୟା ସମୟରେ ମାଆ ଝିଅ ଦୁହେଁ ମିଶି ଖଲି ପତ୍ର ତୋଳି ବିଡା କରିବାବେଳେ ଗୁଳିମାଡ ହୋଇଥିଲା। ଗୁଳିମାଡର କାରଣ ଜଣାପଡିନଥିବାବେଳେ ଜନ୍ତୁ ଶିକାର ଯୋଗୁଁ ଏହି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି।
Powered by Froala Editor