ଭଣ୍ଡାରିପୋଖରୀ ବିଧାୟକଙ୍କ ଘରେ ଇଡି ଚଢଉ
ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନ ଭଳି ଓଡ଼ିଶାରେ ମଧ୍ୟ ଇଡି ରେଡ ଆରମ୍ଭ କରିଛି । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ପକ୍ଷରୁ ଚଢଉ କରାଯାଇଛି । ଏକକାଳୀନ ୧୦ରୁ ଅଧିକ ସ୍ଥାନରେ ଇଡି ଚଢଉ କରିଛି । ବିଜେଡି ବିଧାୟକଙ୍କ ଭଦ୍ରକ ନୂଆବଜାର ବାସଭବନରେ ଇଡିର ୬ଜଣିଆ ଟିମ୍ ଚଢ଼ାଉ କରିଥିବା ଜଣାଯାଇଛି। ସେହପରି ବିଜେଡି ବିଧାୟକଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଛି
ଭୁବନେଶ୍ୱରର ୪ଟି ଓ ଭଦ୍ରକ ସହରର ୬ଟି ସ୍ଥାନରେ ଇଡି ରେଡ କରିଥିବା ସୂଚନା ମିଳିଛି । ୨୦କୋଟି ଟଙ୍କାର ଜମି ଦୁର୍ନୀତି ନେଇ ଏହି ରେଡ କରାଯାଇଥିବା ଜଣାଯାଇଛି । ବରପଦା ଇଞ୍ଜିନିୟରିଂ କଲେଜର କର୍ମଚାରୀଙ୍କୁ ଦୀର୍ଘ ଦିନ ହେଲା ଦରମା ମିଳୁନାହିଁ। ଏହାସହ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ବରପଦା କଲେଜ ଦାୟିତ୍ୱରେ ବିଜେଡି ବିଧାୟକଙ୍କ ପୁଅ ଦାୟିତ୍ୱରେ ଥିଲେ। ଏହି ଅର୍ଥ ହେରଫେର ଅଭିଯୋଗ ବିଜେଡି ବିଧାୟକଙ୍କ ଘରେ ଚଢ଼ାଉ କରାଯାଉଥିବା ସୂଚନା ରହିଛି। କେନ୍ଦ୍ରୀ ସୁରକ୍ଷା ବଳଙ୍କ ସୁରକ୍ଷାରେ ଏହି ଚଢଉ କରାଯାଉଛି ।
Powered by Froala Editor