ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ୍

ଯାଜପୁର : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ୍ ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଯାଜପୁରରେ ଆୟୋଜିତ ନୂଆ-ଓ କାର୍ୟ୍ୟକ୍ରମରେ 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ ଘୋଷଣା କରିଛନ୍ତି ।
ତେବେ ଏହି ସ୍କଲାରସିପ୍ ସବୁ କଲେଜ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ । ବର୍ଷକୁ ଛାତ୍ରଙ୍କୁ ୧୦ ହଜାର ଟଙ୍କା ମିଳିବା ବେଳେ ଛାତ୍ରଙ୍କୁ ୯ ହଜାର ଟଙ୍କା ପ୍ରଦାନ କରାଯିବ ।
ସରକାରୀ କର୍ମଚାରୀ ଓ ଆୟକର ଭରୁଥିବା ଅଭିଭାବକଙ୍କ ପିଲାଙ୍କୁ ଏହି ଛାତ୍ରବୃତ୍ତି ମିଳିବନି । ସବୁ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦେବାରେ ସାରା ଭାରତବର୍ଷରେ ଓଡ଼ିଶା ପ୍ରଥମ । ଛାତ୍ରବୃତ୍ତି ସହ ଅଧିକ ଟଙ୍କା ମଧ୍ୟ ପାଇପାରିବେ ଛାତ୍ରଛାତ୍ରୀ । ନୂଆ-ଓ କାର୍ୟ୍ୟକ୍ରମ ପାଇଁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ରଖିଛନ୍ତି । ତେଣୁ କଲେଜରେ ହେଉଥିବା ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ଭାଗ ନେଲେ କିଛି ପଏଣ୍ଟ ପାଇବେ ଛାତ୍ରଛାତ୍ରୀ । ଅଧିକ ପଏଣ୍ଟ ପାଇଲେ ଅଧିକ ଟଙ୍କା ପାଇପାରିବେ ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀଙ୍କର ଏହା ଐତିହାସିକ ନିଷ୍ପତ୍ତି ବୋଲି କହିଲେ ଭି.କେ ପାଣ୍ଡିଆନ
Powered by Froala Editor