୮ରେ ପାକିସ୍ତାନ ନିର୍ବାଚନ: ବନ୍ଦ ରହିବ ଇଣ୍ଟରନେଟ୍ !

ନୂଆଦିଲ୍ଲୀ : ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏହି ସମୟରେ ଅନେକ ହିଂସା ଘଟଣା ସାମ୍ନାକୁ ଆସିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦେଶର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଫେବୃଆରୀ ୮ରେ ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖିବାକୁ ଚିନ୍ତା କରୁଛନ୍ତି।
ମଙ୍ଗଳବାର ପାକିସ୍ତାନର କାର୍ୟ୍ୟକାରୀ ଆଭ୍ୟନ୍ତରୀଣ ମନ୍ତ୍ରୀ ଗୋହର ଇଜାଜ କହିଛନ୍ତି ଯେ ଯଦି କୌଣସି ଜିଲ୍ଲା କିମ୍ବା ପ୍ରଦେଶରୁ ଅନୁରୋଧ ଗ୍ରହଣ ହୁଏ । ତେବେ ସରକାର ଇଣ୍ଟରନେଟ ସେବାକୁ ସ୍ଥଗିତ ରଖିବାକୁ ବିଚାର କରିପାରନ୍ତି। ଇସଲାମାବାଦରେ କାର୍ୟ୍ୟରତ ସୂଚନା ମନ୍ତ୍ରୀ ମୁର୍ତାଜା ସୋଲାଙ୍ଗିଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କୌଣସି ସ୍ଥାନରେ ଇଣ୍ଟରନେଟ୍ ସେବା ସ୍ଥଗିତ ରଖିବା ନେଇ ଏପର୍ୟ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।
ଏହାର ଗୋଟିଏ ଦିନ ପୂର୍ବରୁ ସୋଲାଙ୍ଗି ଫେବୃଆରୀ ୮ରେ ଇଣ୍ଟରନେଟ୍ ବନ୍ଦ ହେବାର ସମ୍ଭାବନାକୁ ଏଡ଼ାଇ ଦେଇ କହିଥିଲେ ଯେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ବନ୍ଦ କରିବାକୁ ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ରହିଛି। ରିପୋର୍ଟର ଉଦ୍ଧୃତ କରି ସେ କହିଛନ୍ତି ଯେ ଏପର୍ୟ୍ୟନ୍ତ ଏଭଳି ପରିସ୍ଥିତି ସାମ୍ନାକୁ ଆସି ନାହିଁ। ନିର୍ବାଚନ ଦିନ ପ୍ରଦେଶର ସମ୍ବେଦନଶୀଳ ମତଦାନ କେନ୍ଦ୍ରରେ ଇଣ୍ଟରନେଟ୍ ସେବା ସାମୟିକ ଭାବେ ସୀମିତ ରହିବ ବୋଲି କାର୍ୟ୍ୟକାରୀ ବଲୁଚିସ୍ତାନ ସୂଚନାମନ୍ତ୍ରୀ ଘୋଷଣା କରିଛନ୍ତି।
Powered by Froala Editor