ଟ୍ରକରେ ଆସି ଟ୍ରକରୁ ଡିଜେଲ ଚୋରି କଲେ ଦୁର୍ବୃତ୍ତ
ପାଟଣା : ଅଭିନବ ଉପାୟରେ ଚୋରି।୧୨ ଚକିଆ ଟ୍ରକରେ ଆସି ୩ ଟ୍ରକରୁ ଦୁର୍ବୃତ୍ତ ଡିଜେଲ ଚୋରି କରିଛନ୍ତି। କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥରର କଟରାବେଡା ନିକଟରେ ବିଳମ୍ବିତ ରାତିରେ ଗୋଟିଏ ୧୬ ଚକିଆ ଟ୍ରକର ଟାୟାର ପମ୍ପଚର ହେବରୁ ସେଠାରେ ଥିବା ଏକ ଟାୟାର ଦୋକାନ ନିକଟରେ ୩ଟି ଟ୍ରକ ଅଟକି ଚାଳକ ଶୋଇ ଯାଇଥିଲେ । ରାତି ପାଖାପାଖି ୨ଟା ସମୟରେ ଏକ ଲାଲ ରଙ୍ଗର ୧୨ ଚକିଆ ଟ୍ରକରେ ୧୦ ଜଣ ଦୁର୍ବୃତ୍ତ ପହଞ୍ଚି ୩ଟି ଟ୍ରକର ଡିଜେଲ ତେଲ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ତେଲ ଚୋରି ସମୟରେ ପ୍ରତିବାଦ କରିବାରୁ ଗୋଟିଏ ଗାଡିର ଚାଳକ ଓ ସହାୟକକୁ ଦୁର୍ବୃତ୍ତ ମାନେ ପ୍ରବଳ ମାରିଛନ୍ତି । ତେବେ ୨୦ ନମ୍ବର ଜାତୀୟ ରାଜପଥରରେ ଦୈନିକ ଡିଜେଲ ଚୋରି ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପୁଲିସ ହାତରେ ଏପର୍ଯ୍ୟନ୍ତ ସମ୍ପୃକ୍ତ ଘଟଣାରେ କୌଣସି ଦୁର୍ବୃତ୍ତ ଧରାପଡି ନାହାଁନ୍ତି।
Powered by Froala Editor