ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ମୃତ
ନୂଆଦିଲ୍ଲୀ: କାନପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଛି। କାର୍ ଅନିୟନ୍ତ୍ରିତ ହୋଇ ନାଳକୁ ଖସି ପଡି ବିଏସ୍ଏଫ ଯବାନଙ୍କ ସହ ଛଅ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଯୋଗ୍ୟ, କାନପୁର ଦେହାତରେ ରବିବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ସିକନ୍ଦରାର ସନ୍ଦଲପୁର ମାର୍ଗରେ ଜଗନ୍ନାଥପୁର ଗାଁ ନିକଟରେ ଏକ କାର୍ ଅନିୟନ୍ତ୍ରିତ ହୋଇ ନାଳକୁ ଖସି ପଡିଥିଲା। କାର୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଶିଶୁଙ୍କୁ ଉଦ୍ଧାର କରାଯାଇଛି। କାର୍ରେ ଥିବା ଯାତ୍ରୀ ଏକ ତିଳକ ସମାରୋହରେ ଯୋଗ ଦେଇ ଫେରୁଥିଲେ। ଦୁର୍ଘଟଣା ଖବର ପାଇ ପୁଲିସ ସଭିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ମାତ୍ର ଡାକ୍ତର ସେଠାରେ ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor