ଆୟେଶା ସୁଲତାନଙ୍କ ନାମରେ ଦେଶଦ୍ରୋହ ମାମଲା
ତିରୁଅନନ୍ତପୁରମ: ଲାକ୍ଷାଦ୍ୱୀପର ମାଲାୟାଲାମ ସିନେମା ପ୍ରଯୋଜିକା ଆୟେଶା ସୁଲତାନଙ୍କ ବିରୋଧରେ ସିନେମା ପ୍ରଯୋଜିକା ଆୟେଶା ସୁଲତାନଙ୍କ ବିରୋଧରେ ପୁଲିସ ଦେଶଦ୍ରୋହ ମାମଲା ରୁଜୁ କରିଛି । ବିଜେପି ଲାକ୍ଷାଦ୍ୱୀପ ୟୁନିଟ ସଭାପତି ଅବଦୁଲ ଖଦେର ଏକ ଟେଲିଭିଜନ ବିତର୍କରେ ଭାଗ ନେଇ ଦେଇଥିବା ମନ୍ତବ୍ୟକୁ ଆଧାର କରି ଏହି ମାମଲା ରୁଜୁ ହୋଇଛି । ଲାକ୍ଷାଦ୍ୱୀପରେ ଚାଲିଥିବା ବିବାଦୀୟ ସଂସ୍କାର ଉପରେ ‘ମିଡିଆ ୱାନ ଟିଭି’ରେ ବିତର୍କ ହୋଇଥିଲା । ଏଥିରେ ସୁଲତାନ ଯୋଗ ଦେଇ କହିଥିଲେ ଲାକ୍ଷାଦ୍ୱୀପରେ କୋଭିଡ-୧୯ର ପ୍ରସାର ପାଇଁ କେନ୍ଦ୍ର ଜୈବ ଅସ୍ତ୍ର ପ୍ରୟୋଗ କରିଛି । ତେଣୁ ବିଜେପି ରାଜ୍ୟମୁଖ୍ୟ କବାର୍ତ୍ତି ପୁଲିସରେ ଅଭିଯୋଗ କରିଛନ୍ତି ଯେ ସୁଲତାନ କୋଭିଡ-୧୯ ନେଇ ମିଛ ଖବର ପ୍ରସାରିତ କରୁଛନ୍ତି ଯେ ସୁଲତାନ କୋଭିଡ-୧୯ ନେଇ ମିଛ ଖବର ପ୍ରସାରିତ କରୁଛନ୍ତି । ଆଇପିସିର ଧାରା ୧୨୪-କ (ଦେଶଦ୍ରୋହ) ଏବଂ ୧୫୩-ଖ (ଉତ୍ତେଜକ ଭାଷଣ) ତାଙ୍କ ବିରୋଧରେ ଲଗାଯାଇଛି ।
Powered by Froala Editor