ଲକ୍ଷ୍ନୌ ଜେଲରେ ୩୮ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜିଲ୍ଲା ଜେଲରେ ୩୮ ଜଣ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଜେଲରେ ପୂର୍ବରୁ ୨୮ ଜଣ ଏଚଆଇଭି ସଂକ୍ରମିତ ରହିଥିବା ବେଳେ ଏହି ସଂଖ୍ୟା ବୃଦ୍ଧି ପାଇଁ ୬୬ରେ ପହଞ୍ଚିଛି । ଏତେ ସଂଖ୍ୟାରେ ଏଚଆଇଭି ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏହା ଚିନ୍ତାଜନକ ବିଷୟ ପାଲଟିଛି । ଅନ୍ୟପଟେ ଏଚଆଇଭି ସଂକ୍ରମିତିମାନଙ୍କୁ ମେଡିସିନ ଦିଆଯିବା ସହ କିଭଳି ଏହି ସଂକ୍ରମଣ ବ୍ୟାପିଲା ତାହାର ତଦନ୍ତ କରାଯାଉଛି ।
ଅନ୍ୟପଟେ ଜିଲ୍ଲା ପ୍ରଶାସନ ଏ ବାବଦରେ କୌଣସି ପ୍ରତିକ୍ରିୟା ରଖିନାହିଁ । ସଂକ୍ରମିତମାନଙ୍କୁ ମେଡିସିନ ଦିଆଯାଉଛି । ଏକ ଡାକ୍ଟରି ଟିମ୍ କଏଦୀମାନଙ୍କର ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରୁଛନ୍ତି । ଏଥିସହ କେଉଁ କାରଣରୁ ସଂକ୍ରମଣ ହେଲା ତାହାର ତଦନ୍ତ ଜାରି ରହିଛି । ଉତ୍ତର ପ୍ରଦେଶ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସୋସାଇଟି ଆଇଏସଏଚଟିଏଚ କ୍ୟାମ୍ପେନ ଜରିଆରେ ୩ ଡିସେମ୍ୱର ୨୦୨୩ରୁ ୩ ଜାନୁଆରୀ ୨୦୨୪ ପର୍ୟ୍ୟନ୍ତ ଏସଆଇଟି, ଏଚଆଇଭି, ହେପାଟାଇଟିସ୍ ବି ଓ ଟିବିରେ ଆକ୍ରାନ୍ତ ରୋଗୀଙ୍କର ଯାଞ୍ଚ କରିଥିଲେ । ଏହି ସମୟରେ ଏହି ଜେଲରେ ଥିବା ଏଚଆଇଭି ସଂକ୍ରମିତ କଏଦୀମାନଙ୍କ ବାବଦରେ ଜଣାପଡିଥିଲା ।
ଉତ୍ତରପ୍ରଦେଶ ଏଡ୍ସ କଣ୍ଟ୍ରୋଲ ସୋସାଇଟିର ଜଏଣ୍ଟ ଡାଇରେକ୍ଟର ଡକ୍ଟର ରମେଶଙ୍କ କହିବାନୁଯାୟୀ, ସମସ୍ତ ସଂକ୍ରମିତମାନଙ୍କର ଦେଖାଶୁଣା କରାଯାଉଛି । କେଜିଏମୟୁର ଆଣ୍ଟି ରେଟ୍ରୋ ଭାଇରାଲ ଥେରାପି (ଏଆରଟି) କେନ୍ଦ୍ର ଏହି ସମସ୍ତ ସଂକ୍ରମିତମାନଙ୍କ ପାଇଁ ମେଡିସିନ ଯୋଗାଇ ଦେଉଛି । ଲକ୍ଷ୍ନୌର ସିଏମଓ ଡକ୍ଟର ମନୋଜ ଅଗ୍ରଓ୍ବାଲଙ୍କ କହିବାନୁଯାୟୀ, ଲକ୍ଷ୍ନୌ ଜିଲ୍ଲା ଜିଲ୍ଲାରେ ଏଚଆଇଭି ସଂକ୍ରମିତ ଚିହ୍ନଟ ହେବା ପରେ ନିର୍ଦ୍ଧାରିତ ପ୍ରୋଟକଲ ଅନୁଯାୟୀ ପଦକ୍ଷେପ ନିଆଯାଉଛି । ସ୍ଥିତି ଉପରେ ନଜର ରଖାଯାଇଛି । ଆଗକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।
Powered by Froala Editor