ଗିରଫ ହୋଇପାରନ୍ତି ହେମନ୍ତ ସୋରେନ, କଳ୍ପନାଙ୍କୁ ନେଇ କଳ୍ପନାଜଳ୍ପନା

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଜେଏମ୍ଏମ୍ ମୁଖ୍ୟ ହେମନ୍ତ ସୋରେନ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ୧୦ଟି ସମନକୁ ଏଡ଼ାଇ ଯାଇଛନ୍ତି। ଆଉ ଏ ପରିସ୍ଥିତିରେ ତାଙ୍କୁ ଯେକୌଣସି ସମୟରେ ଗିରଫ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଜମି ସ୍କାମରେ ଅର୍ଥ ହେରଫେର ମାମଲାରେ ଇଡି ତଦନ୍ତ ଚାଲିଛି। ତାଙ୍କୁ ଯେକୌଣସି ସମୟରେ ଗିରଫ କରାଯାଇପାରେ। ଏଭଳି ପରିସ୍ଥିତିରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ମୁଖ୍ୟମନ୍ତ୍ରୀ ଗିରଫ ହେବା ପରେ ତାଙ୍କ ସ୍ତ୍ରୀ ଝାଡଖଣ୍ଡର ସିଂହାସନରେ ବସିବାକୁ ଯାଉଛନ୍ତି।
ଅନ୍ୟପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ଅନ୍ୟାନ୍ୟ ମାମଲାରେ ମଧ୍ୟ ଅନୁସନ୍ଧାନ କରୁଛି। ତେଣୁ, ହେମନ୍ତ ସୋରେନଙ୍କ ଗିରଫଦାରୀକୁ ନେଇ ସମସ୍ତଙ୍କ ମଧ୍ୟରେ ଆଶଙ୍କା କ୍ରମେ ଦୃଢ଼ ହେଉଛି। ଏ ପରିସ୍ଥିତିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ନିଜର ‘ପ୍ଲାନ୍ ବି’କୁ ପ୍ରସ୍ତୁତ କରି ରଖିଛି। ‘ପ୍ଲାନ୍ ବି’ ହେଉଛି ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ। ଯଦିଓ କଳ୍ପନା ବର୍ତ୍ତମାନ ବିଧାୟକ ନାହାନ୍ତି; ତଥାପି କଳ୍ପନା ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ। କାରଣ ଦଳରେ ତାଙ୍କର କୌଣସି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି ଏବଂ ଦଳରେ ସମସ୍ତେ ତାଙ୍କୁ ଗ୍ରହଣ କରିବେ।
ଜାଣନ୍ତୁ କଳ୍ପନାଙ୍କ ବିଷୟରେ...
କଳ୍ପନା ସୋରେନ ଓଡିଶାର ମୟୂରଭଞ୍ଜ ଜିଲା ଅନ୍ତର୍ଗତ ଏକ ବ୍ୟବସାୟ ପରିବାରର ଅଟନ୍ତି। ସେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୬ ରେ ଜନ୍ମ ହୋଇଥିବା ବେଳେ ରାଞ୍ଚିରୁ ସ୍ନାତକ ହାସଲ କରିଥିଲେ। ୭ ଫେବୃଆରୀ ୨୦୦୬ରେ ସେ ହେମନ୍ତଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ ଅଛନ୍ତି। ସେ ବର୍ତ୍ତମାନ ଏକ ବିଦ୍ୟାଳୟ ପରିଚାଳନା କରୁଛନ୍ତି । ତାଙ୍କ ନାମ ପ୍ରଥମ ଥର ପାଇଁ ରାଜ୍ୟ ରାଜନୀତିରେ ଆସିଛି।
Powered by Froala Editor