ଛତିଶଗଡରେ ମାଓ ଆକ୍ରମଣ : ୩ ଯବାନ ଶହୀଦ, ୧୪ ଆହତ

ଛତିଶଗଡର ବିଜାପୁର-ସୁକମା ସୀମାରେ ମାଓଙ୍କ ଆକ୍ରମଣରେ ୩ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣରେ ୧୪ ଯବାନ ଆହତ ହୋଇଛନ୍ତି। ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବା ଏବଂ ନକ୍ସଲ ଗତିବିଧି ଉପରେ ନଜର ରଖିବା ପାଇଁ ବିଜାପୁର-ସୁକମା ସୀମାନ୍ତ ଜୋନାଗୁଡା ଓ ଅଲୀଗୁଡା ନିକଟରେ ଏକ ସୁରକ୍ଷା ଶିବିର ସ୍ଥାପନ କରାଯାଇଥିଲା। କ୍ୟାମ୍ପ ସ୍ଥାପନ ପରେ ଜିଲ୍ଲା ରିଜର୍ଭ ଗାର୍ଡ, କୋବ୍ରା ବାଟାଲିୟନ ଓ ସ୍ପେଶାଲ ଟାସ୍କ ଫୋର୍ସ ପାଟ୍ରୋଲିଂ କରୁଥିଲେ।
ହଠାତ୍ ମାଓବାଦୀମାନେ ଯବାନଙ୍କ ଉଫରେ ଆକ୍ରମଣ କରିଥିଲେ। ପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ଜଣ ଯବାନ ଶହୀଦ ହୋଇଥିଲେ। ନକ୍ସଲଙ୍କ ଗୁଳିମାଡ଼ର ଜବାବ ଦେବା ସହ ସୁରକ୍ଷାବାହିନୀ ଏହାର କଡ଼ା ଜବାବ ଦେବା ସହ ସେମାନେ ଜଙ୍ଗଲରେ ଲୁଚି ପଳାଇ ଯାଇଥିଲେ।
କୁହାଯାଉଛି ଯେ ଉଭୟ ପକ୍ଷରୁ ପ୍ରାୟ ୩ରୁ ୪ ଘଣ୍ଟା ଧରି ଗୁଳିଚାଳନା ହୋଇଥିଲା, ଏହି ସମୟରେ ନକ୍ସଲମାନେ ୧୦୦ରୁ ଅଧିକ ବିଜିଏଲ୍ (ବ୍ୟାରେଲ ଗ୍ରେନେଡ୍ ଲଞ୍ଚର) ଯବାନଙ୍କୁ ଗୁଳି ଚଳାଇଥିଲେ, ଯେଉଁଥିରେ୩ ଜଣ ଯବାନ ଶହୀଦ ହୋଇଥିଲେ। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଗୁରୁତର ଯବାନଙ୍କୁ ଏୟାର ଲିଫ୍ଟ କରି ରାୟପୁର ସ୍ଥାନାନ୍ତରିତ କରାଯାଇଛି।
Powered by Froala Editor