ବିଶ୍ୱାସରେ ବିଷ ଦେଲା ଟେକ୍ନିସିଆନ, ସୁନା ଚେନ୍ ପାଇଁ ବୃଦ୍ଧାଙ୍କୁ ଗାମୁଛାରେ ଚିପିଦେଲା

ସବୁବେଳେ ଘରକୁ ଯିବା ଆସିବା କରୁଥିଲା ଟେକ୍ନିସିଆନ । ସମସ୍ତଙ୍କ ବିଶ୍ୱସ୍ତ ହୋଇସାରିଥିଲା । ହେଲେ ବୃଦ୍ଧାଙ୍କୁ ଏକା ଦେଖି ସୁନା ଚେନ୍ ଲୋଭ ଅପରାଧି କରିଦେଲା । କିଛି ଭାବିବା ଆଗରୁ ବୃଦ୍ଧାଙ୍କୁ ଗାମୁଛା ପକାଇ ମାରିଦେବାକୁ ଉଦ୍ୟମ କଲା । ହେଲେ ସୌଭାଗ୍ୟବଶତଃ ବୃଦ୍ଧ ବଞ୍ôଚଯାଇଥିବାବେଳେ ଥାନାରେ ଅଭିଯୋଗ କରିଛନ୍ତି । ଏ ଘଟଣା ଅନ୍ଧ୍ରପ୍ରଦେଶରେ ଘଟିଛି । ଏନେଇ ଭିଡ଼ିଓ ସିସିଟିଭିରେ କଏଦ ହୋଇଛି ।
ଭିଡ଼ିଓରେ ଦେଖା ଯାଉଛି ଯେ, ବୟସ୍କା ମହିଳା ଜଣକ ସୋଫାରେ ବସିଛନ୍ତି । ହଠାତ କେବୁଲ ଟେକ୍ନିସିଆନ ସୁନା ଚେନ ଚୋରି କରିବା ଉଦ୍ଦେଶ୍ୟରେ ମହିଳାଙ୍କର ବେକକୁ ଏକ ଗାମୁଛା ଦ୍ୱାରା ଚାପି ଧରୁଛନ୍ତି । ଶ୍ୱାସରୁଦ୍ଧ ହୋଇ ମହିଳା ଜଣକ ଛାଟିପିଟି ହେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ଏନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କରୁଛି । ପୋଲିସ ସୂଚନାନୁସାରେ, ଉକ୍ତ ଟେକ୍ନିସିଆନ ଜଣକ ବାରମ୍ବାର ଘରକୁ ଆସୁଥିଲେ । ଫଳରେ ସେ ମହିଳାଙ୍କର ବିଶ୍ୱସ୍ତ ଥିଲେ । ଏଣୁ ତାଙ୍କୁ ନେଇ ସନ୍ଦେହ କାହା ମନରେ ମଧ୍ୟ ନଥିଲା । ୨୬ ଜାନୁଆରୀରେ ମଧ୍ୟ ଟେକ୍ନିସିଆନ ଜଣକ ଉକ୍ତ ମହିଳାଙ୍କ ଘରକୁ ଆସିଥିଲେ । ହଠାତ୍ ମହିଳା ବସିଥିବା ବେଳେ, ବ୍ୟକ୍ତି ଜଣକ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା ।
Powered by Froala Editor