ବାନାର୍ଜୀଙ୍କୁ ଚାପୁଡ଼ା ମାରିବା ଉଚିତ ବୋଲି କହିଲେ ବିଜେପିର ଏହି ନେତା

କୋଲ୍କାତା: ରାଜ୍ୟ ଶିକ୍ଷାନୀତିକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁରେ ରୁଚିହୀନ ମନ୍ତବ୍ୟ ଦେଇଥିବା ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର କ୍ଷମା ମାଗନ୍ତୁ ବୋଲି ତୃଣମୂଳ କଂଗ୍ରେସ ଦାବି କରିଛି।
ସୋମବାର ଦିନ ଭାଇରାଲ୍ ହୋଇଥିବା ଓ ତୃଣମୂଳର ଅନେକ ନେତା ସେୟାର୍ କରିଥିବା ଏକ ଭିଡିଓରେ ସୁକାନ୍ତ ମଜୁମଦାରଙ୍କ ରୁଚିହୀନ ମନ୍ତବ୍ୟ ଶୁଭୁଛି। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ମଥୁରାପୁରରେ ଆୟୋଜିତ ରାଲିରେ ଉଦ୍ବୋଧନ ଦେବା ବେଳେ ବାନାର୍ଜୀଙ୍କୁ ଚାପୁଡ଼ା ମାରିବା ଲାଗି ସେ ଜନସାଧାରଣଙ୍କୁ କହୁଛନ୍ତି।
ମମତା ବାନାର୍ଜୀଙ୍କୁ ଆକ୍ଷେପ କରି ମଜୁମଦାର କହୁଛନ୍ତି, ଭଲ ପଢ଼ାପଢ଼ି ନ କରିବା ପିଲାମାନଙ୍କ ଦୋଷ ନୁହେଁ। ପିଲାମାନଙ୍କୁ ମାଡ଼ ମାରିବା ଅପେକ୍ଷା ବରଂ ବାନାର୍ଜୀଙ୍କୁ ଚାପୁଡ଼ା ମାରିବା ଉଚିତ।
ଭାଇରାଲ୍ ହୋଇଥିବା ଭିଡିଓରେ ମଜୁମଦାର ବଙ୍ଗଳା ଭାଷାରେ କହୁଛନ୍ତି, ଆପଣମାନଙ୍କ ପିଲାମାନେ ସ୍କୁଲ୍ରୁ ଫେରିବା ପରେ କୌଣସି ପ୍ରଶ୍ନର ଉତ୍ତର ଦେଇ ପାରୁ ନାହାନ୍ତି। ଆପଣମାନେ ସେମାନଙ୍କୁ ଚାପୁଡ଼ା ମାରି ପଚାରୁଛନ୍ତି ଯେ, ସ୍କୁଲ୍ରେ କ’ଣ ପଢୁଛ? ପିଲାମାନଙ୍କୁ ଚାପୁଡ଼ା ମାରିବା ପରିବର୍ତ୍ତେ ମମତା ବାନାର୍ଜୀଙ୍କୁ ଚାପୁଡ଼ା ମାରନ୍ତୁ। କାରଣ ସେ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରି ଦେଇଛନ୍ତି।
Powered by Froala Editor