ରାଜସ୍ଥାନ କୋଟାରେ ଆଉ ଜଣେ ମେଧାବୀ ଛାତ୍ରୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ସୁଇସାଇଡ୍ ହବ ପାଲଟିଥିବା ରାଜସ୍ଥାନ କୋଟାରେ ଆଉ ଜଣେ ମେଧାବୀ ଛାତ୍ରୀଙ୍କ ଆତ୍ମହତ୍ୟା । ସେ କାହିିଁ ଆତ୍ମହତ୍ୟା କଲେ ତା’ର କାରଣ ଲେଖିଥିବା ଚିଠିକୁ ଜବତ କରିଛି ପୋଲିସ, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଗତକାଲି ନିହାରିକା ସିଂହ ନାମକ ଛାତ୍ରୀ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ବାପା ଜଣେ ବ୍ୟାଙ୍କ କର୍ମଚାରୀ। ତାଙ୍କ ସହିତ ଘରେ ରହି ଜେଇଇ ପାଇଁ ପ୍ରସ୍ତୁତି ଚଳାଇଥିଲେ ନିହାରିକା। ଗତକାଲି ତାଙ୍କର ମୃତଦେହ ଘର ଭିତରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ସେଠାରୁ ଏହି ସୁଇସାଇଡ୍ ନୋଟ୍ ମିଳିଛି। ଯାହା ଜଣାପଡ଼ୁଛି ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ନିହାରିକା ଜେଇଇ ପାଇଁ ଭୀଷଣ ଚାପରେ ଥିଲେ। ପୁଲିସ ସୁଇସାଇଡ୍ ନୋଟ୍ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ଏହାପରେ ହିଁ ମୃତ୍ୟୁର କାରଣ ଏବଂ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ ତାହା ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ଜାନୁଆରି ମାସରେ ଏହା ହେଉଛି କୋଟାରେ ଦ୍ୱିତୀୟ ଆତ୍ମହତ୍ୟା। ଏହାପୂର୍ବରୁ ଗତ ୨୩ ତାରିଖରେ ଉତ୍ତର ପ୍ରଦେଶ ମୋରାଦାବାଦର ଛାତ୍ର ମହମ୍ମଦ ଜୈଦ୍ (୧୯) ଆତ୍ମହତ୍ୟା କରିଥିଲେ। ନିଟ୍ ପରୀକ୍ଷା ଲାଗି ସେ କୋଟାରେ କୋଚିଂ ନେଉଥିଲେ। ହଷ୍ଟେଲରେ ରହି ସେ ପ୍ରସ୍ତୁତି ଚଳାଇଥିଲେ। ସେ ମଧ୍ୟ ଅତ୍ୟଧିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ଜଣାପଡିଛି ।
Powered by Froala Editor