୪ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ବିଧାନସଭାର ଶେଷ ଅଧିବେଶନ ପାଇଁ ଆସନ୍ତା ୪ ତାରିଖ ଦିନ ସର୍ବଦଳୀୟ ବୈଠକ ବସିବ । ବାଚସ୍ପତିଙ୍କ ପ୍ରକୋଷ୍ଠରେ ସନ୍ଧ୍ୟା ୬.୩୦ରେ ଉକ୍ତ ବୈଠକ ବସିବ । ଏନେଇ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲିୀ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ ଆସନ୍ତା ୫ ତାରିଖରୁ ବସିବ ଷୋଡଶ ବିଧାନସଭାର ୧୫ ତମ ଅଧିବେଶନ। ଫେବୃଆରୀ ୫ରୁ ୧୩ ପର୍ୟ୍ୟନ୍ତ ଅଧିବେଶନ ଚାଲିବ । ଅଧିବେଶନରେ ମୋଟ ୭ଟି କାର୍ୟ୍ୟ ଦିବସ ରହିଛି। କାମଚଳା ବଜେଟ ମଧ୍ୟ ରହିଛି । ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ପାଇଁ ଆସନ୍ତା ୪ ତାରିଖ ଦିନ ସର୍ବଦଳୀୟ ବୈଠକ ବସିବ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସୁଥିବା ସର୍ବଦଳୀୟ ବୈଠକରେ ଶାସକ ଓ ବିରୋଧିଙ୍କ ସହଯୋଗ ଲୋଡିବେ ବାଚସ୍ପତି ।
Powered by Froala Editor