୬୯ତମ ଫିଲ୍ମ ଫେୟାର ପୁରସ୍କାର : ରଣବୀର ଏବଂ ଆଲିଆ ଶ୍ରେଷ୍ଠ ଅଭିନେତା ଅଭିନେତ୍ରୀ

ଗୁଜୁରାଟରେ ଫିଲ୍ମଫେୟାର ପୁରସ୍କାରର ୬୯ତମ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥରଉତ୍ସବରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ମୁଭି ‘ଆନିମଲ’ ପାଇଁ ରଣବୀର କପୁର ଏବଂ ‘ରକି ଏବଂ ରାନୀକି ପ୍ରେମ କାହାଣୀ’ ପାଇଁ ଆଲିଆ ଭଟ୍ଟଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
'12th Fail'କୁ ଶ୍ରେଷ୍ଠ ଫିଲ୍ମ ସମେତ ଆହୁରି ବହୁ ଆୱାର୍ଡ ମିଳିଛି। 'Joram'କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ମିଳିଛି। '12th Fail'ର ନିର୍ଦ୍ଦେଶକ ବିଧୂ ବିନୋଦ ଚୋପ୍ରାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଆୱାର୍ଡ ମିଳିଥିବା ବେଳେ ଏହାର ଅଭିନେତା ଭିକ୍ରାନ୍ତ ମାସିଙ୍କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଅଭିନେତା ପୁରସ୍କାରପ୍ରାପ୍ତ ହୋଇଛି।
ରାଣୀ ମୁଖାର୍ଜୀ ଓ ଶେଫାଳି ଶାହଙ୍କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ରାଣୀଙ୍କୁ 'Mrs Chatterjee Vs Norway' ଫିଲ୍ମ ପାଇଁ ଓ ଶେଫାଳୀଙ୍କୁ 'Three of Us' ପାଇଁ ଏହି ପୁରସ୍କାର ହାସଲ ହୋଇଛି।
'Dunki' ଫିଲ୍ମ ପାଇଁ ଭିକି କୌଶଲଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଆୱାର୍ଡ ମିଳିଛି। ସେହିପରି ଶାବନା ଆଜମୀ ‘ରକି ୱର ରାନୀ କି ପ୍ରେମ କାହାନୀ’ ଫିଲ୍ମ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଆୱାର୍ଡ ପ୍ରଦାନ କରାଯାଇଥିଲା।
ଅମିତାଭ ଭଟ୍ଟାଚାର୍ଯ୍ୟଙ୍କୁ 'Zara Hatke Zara Bachke' ଫିଲ୍ମର 'Tere Vaaste' ଗୀତ ପାଇଁ ଶ୍ରେଷ୍ଠ ଗୀତିକାର ସମ୍ମାନ ପ୍ରାପ୍ତ ହୋଇଛି। ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ଭୁପିନ୍ଦର ବବ୍ବଲଙ୍କୁ ଓ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଶିଳ୍ପା ରାଓଙ୍କୁ ସମ୍ମାନିତ କରାଯାଇଛି।
ଗୁଜରାଟର ଗାନ୍ଧି ନଗରରେ ଆୟୋଜିତ ୬୯ତମ ଫିଲ୍ମ ଫେୟାର ଆୱାର୍ଡ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବଲିଉଡର ପ୍ରାୟତଃ ବହୁ ସେଲିବ୍ରିଟି ଗାନ୍ଧି ନଗରରେ ଡେରା ପକାଇଥିଲେ।
Powered by Froala Editor