ପ୍ରେମିକ ସହ ମିଶି ସ୍ୱାମୀକୁ ଜୀଅନ୍ତା ଜାଳିଦେଲା ସ୍ତ୍ରୀ
ସ୍ୱାମୀକୁ ସ୍କୁଲ ଶ୍ରେଣୀଗୃହରେ ବନ୍ଦ କରି ପେଟ୍ରୋଲ ଢ଼ାଳି ଜୀଅନ୍ତା ଜାଳିଦେଲା ସ୍ତ୍ରୀ। ଏଭଳି ଭୟଙ୍କର ଘଟଣା ଘଟିଛି ଉତ୍ତରପ୍ରଦେଶ କାନପୁରର ପତରସା ଗାଁରେ। ଏହି ମାମଲାରେ ପୁଲିସ ମୃତକଙ୍କ ଭାଇର ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ତ୍ରୀ, ତା' ପ୍ରେମିକ ଓ ଜଣେ ଓକିଲଙ୍କୁ ଗିରଫ କରିଛି।
ମୃତକ ଜଣକ ହେଲେ ଫତେହପୁର ଦେବରୀ ଗାଁର ବାସିନ୍ଦା ଦୟାରାମ ସୋନକର(୪୫)। ସେ କାନପୁର ଦେହାତର ରସଧାନ ସ୍ଥିତ ଗ୍ରାମ ବିକାଶ ଇଣ୍ଟର କଲେଜର ସମାଜବିଜ୍ଞାନ ଶିକ୍ଷକ ଥିଲେ। ସେ ୨୦୦୯ରେ ଫତେହପୁରର ଜାହାନାବାଦର ବାସିନ୍ଦା ସଙ୍ଗୀତା ଦେବୀଙ୍କୁ ବିବାହ କରିଥିଲେ। ଉଭୟଙ୍କ ଗୋଟିଏ ପୁଅ ଅଛି। ତେବେ ବିବହାର କିଛି ବର୍ଷ ପରେ ସଙ୍ଗୀତା ହରବଶପୁର ବିଧନୁ ବାସିନ୍ଦା ଢ଼ାବା ମାଲିବ ପବନଙ୍କ ପ୍ରେମରେ ପଡିଥିଲେ।
ଗତବର୍ଷ ସେପ୍ଟେମ୍ବର ୨୪ ତାରିଖରେ ସଙ୍ଗୀତା ଓ ପବନଙ୍କୁ ଆପତ୍ତିଜନକ ଅବସ୍ଥାରେ ଦୟାରାମ ଦେଖିଥିଲେ। ଏହାପରେ ମଧ୍ୟରେ ଝଗଡ଼ା ହୋଇଥିଲା। ସେବେଠାରୁ ସଙ୍ଗୀତା ନିଜ ପୁଅକୁ ନେଇ ସ୍ୱାମୀ ଠାରୁ ଅଲଗା ରହୁଥିଲେ। ତେବେ ରବିବାର ଦିନ ସଙ୍ଗୀତା ଫୋନ କରି ଦୟାରାମଙ୍କୁ ପତରସା ଗାଁର ବାସିନ୍ଦା ଓକିଲ ସଞ୍ଜୀବ କୁମାରଙ୍କ ଘରକୁ ଡାକିଥିଲେ। ୧୨ଟାରେ ସଙ୍ଗୀତା, ତାଙ୍କ ପ୍ରେମୀ ପବନ ଓ ଓକିଲ ସଞ୍ଜୀବ ତାଙ୍କୁ କଲେଜର ଏକ ଶ୍ରେଣୀଗୃହରେ ତାଲା ପକାଇ ନିଆଁ ଲଗାଇ ଦେଇଥିବା ନେଇ ଦୟାରାମ ତାଙ୍କ ଭାଇ ଅନୁଜକୁ ଫୋନ୍ କରି ଜଣାଇଥିଲେ।
ଏହାପରେ ଅନୁଜ ତୁରନ୍ତ ପୋଲିସ ସହ ଘଟଣାସ୍ଥଳରେ ପହଂଚିଥିଲେ କିନ୍ତୁ କବାଟ ଖୋଲିବା ବେଳକୁ ଦୟାରାମ ଜଳିଯାଇଥିଲେ। ପୋଲିସ ସଞ୍ଜୀବଙ୍କୁ ପଚରାଉଚରା ପାଇଁ ଅଟକ ରଖିଛି। ଡେପୁଟି କମିଶନର ପୋଲିସ (ପଶ୍ଚିମ) ବିଜୟ ଧୁଲ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ମୃତକଙ୍କ ଭାଇ ଅଭିଯୋଗ ଆଣିଛନ୍ତି ଯେ ତାଙ୍କର ଭାଉଜ ଏବଂ ତାଙ୍କ ପ୍ରେମିକ ସମେତ ହତ୍ୟାକାଣ୍ଡରେ ଚାରିଜଣ ସମୃକ୍ତ ଅଛନ୍ତି।
Powered by Froala Editor