ପାରାସୁଟ୍ ଖୋଲିଲାନି, ୨୯ ତାଲା ଆପାର୍ଟମେଣ୍ଟରୁ ପଡ଼ି ସ୍କାଏଡାଇଭର୍ଙ୍କ ମୃତ୍ୟୁ

ପାରାସୁଟ୍ ନ ଖୋଲିବାରୁ ଜଣେ ୩୩ ବର୍ଷିୟ ବ୍ରିଟିସ୍ ‘ସ୍କାଏଡାଇଭର୍’ଙ୍କ ତଳେ ପଡି ମୃତ୍ୟୁ ଘଟିଛି । ଶନିବାର ଦିନ କେମ୍ବ୍ରିଜ୍ସାଇର୍ ଅନ୍ତର୍ଗତ ହଣ୍ଟିନ୍ଡନ୍ନିବାସୀ ୩୩ ବର୍ଷିୟ ନେଥି ଓଡିସନ୍ ବେଆଇନ ଭାବେ ଥାଇଲାଣ୍ଡ୍ର ପଟ୍ଟାୟା ଅନ୍ତର୍ଗତ ଉପୂକଳ ରିସର୍ଟରେ ଥିବା ୨୯ ତାଲା ଆପାର୍ଟମେଣ୍ଟ୍ କୋଠାକୁ ଚଢ଼ିଥିଲେ। ସେ ଆପାର୍ଟମେଣ୍ଟ୍ ବାହାରେ କାର୍ ରଖି ଲୁଚି ଲୁଚି ଭିତରକୁ ଆସି ଶିଡ଼ି ବାଟେ ଛାତ ଉପରକୁ ଉଠିଗଲେ। ସେପଟେ ଡେଇଁବା ଦୃଶ୍ୟର ଭିଡିଓ ଉତ୍ତୋଳନ ପାଇଁ ତଳେ ତାଙ୍କର ଜଣେ ବନ୍ଧୁ ଉପସ୍ଥିତ ଥିଲେ।
ଓଡିସନ୍ ୨୯ ତାଲା କୋଠାରୁ ଡେଇଁ ପଡ଼ିବା ପରେ ତାଙ୍କ ପିଠିରେ ବନ୍ଧାଯାଇଥିବା ପାରାସୁଟ୍ଟି ଖୋଲିଲା ନାହିଁ। ତେଣୁ, ସେ ଆପାର୍ଟମେଣ୍ଟ୍ ଛାତରୁ ଖସି ତଳେ ଥିବା ଗୋଟାଏ ଗଛ ଉପରେ ପଡ଼ିଲେ ଓ ଗଛରୁ ସିଧା ଭୂଇଁକୁ କଚାଡ଼ି ହୋଇ ପଡ଼ିଲେ। ଏତେ ଉଚ୍ଚରୁ ପଡିବାରୁ ଘଟଣାସ୍ଥଳରେ ର୍ହି ତାଙ୍କର ମୃତ୍ୟୁ ଘଟିଥିଲା ।
ଓଡିସନ୍ ଜଣେ ଅଭିଜ୍ଞ ପାରାସୁଟ୍ ବ୍ୟବହାରକାରୀ। ସାମାଜିକ ଗଣମାଧ୍ୟମରେ ସେ ତାଙ୍କ ‘ଆଡ୍ଭେଞ୍ଚର୍’ ସମୟର କେତେଗୁଡ଼ିଏ ଫଟୋ ଓ ଭିଡିଓ ପୋଷ୍ଟ୍ କରିଛନ୍ତି। ଓଡିସନ୍ କଚାଡ଼ି ହୋଇ ପଡ଼ିବା ଶବ୍ଦ ଶୁଣିଥିବା ଜଣେ ସିକ୍ୟୁରିଟି ଗାର୍ଡ କହିଛନ୍ତି ଯେ, ଏହା ଆଗରୁ ମଧ୍ୟ ସେ ଅନେକ ଥର ଏହି କୋଠା ଉପରୁ ତଳକୁ ଡେଇଁଥିଲେ। ସେଥିପାଇଁ ତଳେ ଚାଲି ଚାଲି ଯାଉଥିବା ଲୋକେ ଆତଙ୍କିତ ହୋଇପଡୁଥିଲେ।
Powered by Froala Editor