ବିଗ ବସ୍ ସିଜିନ-୧୭ର ବିଜେତା ଟ୍ରଫି ଜିତିଲେ ମୁନାୱର ଫାରୁକି

ନୂଆଦିଲ୍ଲୀ: ବିଗ୍ ବସ୍ ୧୭’କୁ ଶେଷରେ ଏହାର ବିଜେତା ମିଳିଛି । ମୁନାୱର ଫାରୁକି ୧୭ତମ ସିଜନର ବିଜେତା ଟ୍ରଫି ଜିତିଛନ୍ତି । ମୁନାୱର ଫାରୁକିଙ୍କୁ ସଲମାନ ଖାନ୍ ବିଜେତା ଘୋଷଣା କରିବା ସହ ବିଜେତାଙ୍କ ଗ୍ରାଣ୍ଡ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ଅଭିଷେକ କୁମାରଙ୍କ ବିଜେତା ହେବାର ସ୍ୱପ୍ନ ଭାଙ୍ଗି ଯାଇଛି ଏବଂ ସେ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି । ବିଗ୍ ବସ୍ ୧୭ର ବିଜେତାଙ୍କୁ ଗ୍ରାଣ୍ଡ ଟ୍ରଫି ସହ ମୁନାୱର ଫାରୁକିଙ୍କୁ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଓ ହୁଣ୍ଡାଇର ଏକ କାର୍ ପ୍ରଦାନ କରାଯାଇଛି ।
ଶ୍ରେଷ୍ଠ ୫ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ଅରୁଣ ମାସେଟି ବିଜେତା ଦୌଡ଼ରେ ପ୍ରଥମ ସ୍ଥାନରେ ରହିଥିଲେ । ଏହାପରେ ଅଙ୍କିତା ଲୋଖଣ୍ଡେ ବିଜେତା ଦୌଡ଼ରୁ ବାଦ୍ ପଡ଼ିଥିଲେ । ତେବେ ଅଙ୍କିତା ବାଦ ପଡିବା ଅତ୍ୟନ୍ତ ଆଶ୍ଚର୍ୟ୍ୟଜନକ ଥିଲା । ହୋଷ୍ଟ ସଲମାନ ଖାନ ନିଜେ କହିଛନ୍ତି ଯେ ଅଙ୍କିତା ଲୋଖଣ୍ଡେ ଶ୍ରେଷ୍ଠ ୩ରେ ଆସିବେ ବୋଲି ସେ ଆଶା ରଖିଥିଲେ କିନ୍ତୁ ତାଙ୍କୁ ବାଦ୍ ଦିଆଯିବା ଆଶ୍ଚର୍ୟ୍ୟଜନକ ଥିଲା ।
Powered by Froala Editor