ବିଏସକେୱାଇ- ନବୀନ କାର୍ଡ: ଫେବ୍ରୁଆରୀ ୮ ଯାଏଁ ଆବେଦନ ଅବଧି ବଢିଲା

ଭୁବନେଶ୍ବର : ବଢିଲା ବିଏସକେୱାଇ- ନବୀନ କାର୍ଡ ପଞ୍ଜୀକରଣ ଅବଧି । ଜାନୁଆରୀ ୨୬ରେ ବିଏସକେୱାଇ ନବୀନ କାର୍ଡ ଆବେଦନ ଶେଷ ହୋଇଥିଲେ ମଧ୍ୟ ଗ୍ରାମାଞ୍ଚଳ ଲୋକଙ୍କ ସୁବିଧା ପାଇଁ ପୁଣି ଆବେଦନ ବଢାଇଛନ୍ତି ରାଜ୍ୟ ସରକାର। ଫେବ୍ରୁଆରୀ ୮ତାରିଖ ଯାଏଁ ଆବେଦନ ଅବଧି ବଢାଯାଇଛି। କୌଣସି ବି ଯୋଗ୍ୟ ହିତାଧିକାରୀ ଯେପରି ଏହି କାର୍ଡ ପାଇବାରୁ ବଞ୍ଚିତ ନହେବେ, ତାହାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଅବଧି ବୃଦ୍ଧି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ଆଜିଠୁ ପୁଣିଥରେ ଆବେଦନ ଆରମ୍ଭ ହୋଇଛି।
ବିଏସକେୱାଇ ନବୀନ କାର୍ଡ ଆବେଦନ ଅବଧି ଦ୍ବିତୀୟ ଥର ପାଇଁ ବୃଦ୍ଧି କରାଯାଇଛି। ଏହାପୂର୍ବରୁ ଥରେ ଆବେଦନ ତାରିଖ ବୃଦ୍ଧି କରାଯାଇଥିଲା। ଜାନୁଆରୀ ୬ ତାରିଖରୁ ବିଏସକେୱାଇ ନବୀନ କାର୍ଡ ଲାଗି ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ କରାଯାଇ ଜାନୁୟାରୀ ୧୬ ତାରିଖରେ ଶେଷ ହେବାର ଥିଲା। କିନ୍ତୁ ଏହାପରେ ପୁଣି ଏହି ଅବଧି ବୃଦ୍ଧି କରାଯାଇ ଜାନୁଆରୀ ୨୬ ତାରିଖ ଯାଏଁ ରଖାଯାଇଥିଲା। ତେବେ ପୁଣି ଥରେ ବିଏସକେୱାଇ ନବୀନ କାର୍ଡ ଆବେଦନ ତାରିଖକୁ ବୃଦ୍ଧି କରାଯାଇ ଫେବ୍ରୁଆରୀ ୮ତାରିଖ ରଖାଯାଇଛି।
Powered by Froala Editor