ଆସିବ ‘ଭୁଲ୍ଭୁଲୈୟା-୩’, ପୁଣି ବଦ୍ୟା ହେବେ ମଞ୍ଜୁଲିକା

‘ଭୁଲ୍ଭୁଲୈୟା-୩’ରେ ପୁଣି ଥରେ ମଞ୍ଜୁଲିକା ହେବେ ବିଦ୍ୟା ବାଲାନ । ଫିଲ୍ମ ନଭେମ୍ବର ୧୨, ୨୦୨୪ରେ ରିଲିଜ୍ ହେବ। ଫିଲ୍ମର ସୁଟିଂ ମାର୍ଚ୍ଚରୁ ଆରମ୍ଭ ହେବ। ଏହାର ନିର୍ଦ୍ଦେଶନା ଦେବେ ଅନିସ୍ ବଜ୍ମୀ। ଫିଲ୍ମର ହିରୋ ହେବେ କାର୍ତ୍ତିକ୍।
ତେବେ ଏହି ଫିଲ୍ମରେ ବିଦ୍ୟା ବାଲାନ୍ ପୁଣି ଥରେ ଦର୍ଶକେ ବିଦ୍ୟାଙ୍କୁ ମଞ୍ଜୁଲିକା ଭୂମିକାରେ ଦେଖିବେ। ତଥାପି ଫିଲ୍ମର ନାୟିକାଙ୍କୁ ନେଇ ବିଧିବଦ୍ଧ ଭାବେ କିଛି କୁହାଯାଇ ନାହିଁ।
୨୦୦୭ରେ ‘ଭୁଲ୍ ଭୁଲୈୟା’ ରିଲିଜ୍ ହୋଇଥିଲା। ଏଥିରେ ଅକ୍ଷୟ କୁମାର, ସାଇନି ଆହୁଜା ଓ ବିଦ୍ୟା ବାଲାନ୍ ଲିଡ୍ ରୋଲରେ ଥିଲେ। ୨୦୨୨ରେ ଏହାର ଦ୍ବିତୀୟ ଭାଗ ଆସିଥିଲା। ଏଥିରେ କାର୍ତ୍ତିକ୍ ଆର୍ୟନ୍ ଓ କିଆରା ଆଡଭାନୀ ଦେଖାଯାଇଥିଲେ। ସେହିଭଳି ତବୁ ଡବଲ ରୋଲ୍ରେ ଦେଖାଯାଇଥିଲେ। ସେତେବେଳେ ଏହା ବକ୍ସ ଅଫିସ୍ରେ ଭଲ ବିଜିନେସ୍ କରିଥିଲା। ତେବେ ତୃତୀୟ ଭାଗରେ ବିଦ୍ୟା ବାଲାନ ଆସିବା ପରେ ଫିଲ୍ମ ଆହୁରି ରୋଚକ ହେବ ବୋଲି କୁହାଯାଉଛି ।
Powered by Froala Editor