ଶିକ୍ଷକଙ୍କ ପାଇଁ ଜୀବନ ହାରିଦେଇଥିଲା ୯ ବର୍ଷର ପୁଅ, ନ୍ୟାୟ ଦେବାକୁ ପୁଲିସରୁ ଓକିଲ ହେଲା ବାପା

ବାପାମା’ଙ୍କ ପାଇଁ ପୁଅ ହିଁ ସବୁକିଛି ଥିଲା । ତା ପାଇଁ ସବୁ ଖୁସି ଆଣିଦେବାକୁ ଚାହୁଁଥିଲେ । ହେଲେ ସମୟ ଆଗରୁ ପୁଅର ମୃତ୍ୟୁ ଘଟିଥିଲା । ହେଲେ ମୃତ୍ୟୁ ପାଇଁ ଜଣେ ଶିକ୍ଷକ ତାକୁ ଉସୁକାଇଥିବା ଜାଣିବାକୁ ପାଇଥିଲେ ବାପା । କିନ୍ତୁ ପ୍ରମାଣ ଅଭାବରୁ କେହି କେଶ୍ ଲଢିନଥିଲେ । ଶେଷରେ ପୁଅକୁ ନ୍ୟାୟ ଦେବା ପାଇଁ ବାପା ଟ୍ରାଫିକ ପୁଲିସରୁ ଓକିଲ ହୋଇଛନ୍ତି । ଏବେ ପୁଅ ପାଇଁ ନିଜେ ଲଢିବେ ବୋଲି ଅଣ୍ଟା ଭିଡିଛନ୍ତି ।
ରିପୋର୍ଟ ମୁତାବକ, ୨୦୨୧ ନଭେମ୍ବର ୯ ତାରିଖରେ ୟଙ୍ଗସି ପ୍ରାନ୍ତରେ ଛାତ୍ର ଡିଙ୍ଗଜି ଝାଙ୍ଗ ଜୀବନ ହାରି ଦେଇଥିଲେ। ଜୀବନ ହାରିବା ପୂର୍ବରୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ଛାତ୍ର ଜଣକ ଉଲ୍ଲେଖ କରିଥିଲେ କି, ‘ ମୋର ମୃତ୍ୟୁ ପାଇଁ ବାପା, ମା’ କି ସମାଜ ଦାୟୀ ନୁହନ୍ତି। ଏଥିପାଇଁ କେବଳ ଜୁ ହିଁ ଦାୟୀ।’
ପୁଅର ମୃତ୍ୟୁ ଖବର ପାଇବା ପରେ ଝାଙ୍ଗଙ୍କ ବାପା ଓ ମା’ ସ୍କୁଲ ଯାଇ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ଏଥିରୁ ଜଣାପଡ଼ିଲା କି ଘଟଣା ଦିନ ଶିକ୍ଷକ ଜୁ ସମସ୍ତ ପିଲାଙ୍କ ସାମ୍ନାରେ ଝାଙ୍ଗଙ୍କ ନୋଟ ବୁକ ଫାଡ଼ି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଜୀବନ ହାରିବାକୁ ଉସୁକାଇଥିଲେ। ଶେଷରେ ଝାଙ୍ଗ ସ୍କୁଲ ନିକଟରେ ଥିବା ୨୪ ମହଲା କୋଠାରୁ ନେଇ ଜୀବନ ହାରି ଦେଇଥିଲେ।
ଏ ଘଟଣାକୁ ନେଇ ଶିକ୍ଷକ ଜଣକ ନିଜ ଦୋଷ ମାନିବାକୁ ରାଜି ନଥିଲେ । ଏପରିକି ସେ ଖସିଯିବାକୁ ଛାତ୍ରଙ୍କ ଉପରେ ଦୋଷ ଲଦି ଦେଇଥିଲେ । ଶେଷରେ ବାପା ଟ୍ରାଫିକ ପୁଲିସ ଚାକିରି ଛାଡି ଓକିଲାତି ପଢ଼ିଥିଲେ। ଓକିଲ ହେବାପରେ ପୁଅକୁ ନ୍ୟାୟ ଦେବା ପାଇଁ ସମସ୍ତ ପ୍ରମାଣ ଏକାଠି କରି ଶିକ୍ଷକ ଜୁଙ୍କୁ କୋର୍ଟକୁ ନେଇଛନ୍ତି।
Powered by Froala Editor