ବିହାରରେ ପୁଣି ନିତୀଶ ସରକାର

ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାର। ବିହାରର ରାଜଭବନରେ ୯ମ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ତାଙ୍କୁ ରାଜ୍ୟପାଳ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ମହାମେଣ୍ଟକୁ ବାଏ ବାଏ କହି ଏନ୍ଡିଏ ସମର୍ଥନରେ ସେ ପୁଣି ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ତାଙ୍କ ସହ ଆଉ ୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନୀତୀଶଙ୍କ ଏହି ଶପଥ ଗ୍ରହଣ ସମାରୋହରେ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ।
କୁଶୱା ଜାତିର ଏବଂ ବିହାର ବିଜେପି ସଭାପତି ହେଉଛନ୍ତି ସମ୍ରାଟ ଚୌଧୁରୀ। ସେ ଭେଟେରାନ ନେତା ଶକୁନି ଚୌଧୁରୀଙ୍କ ପୁଅ ଅଟନ୍ତି। ସେହିଭଳି ଲାଖୀସରାଇ ଆସନରୁ ଚାରିଥର ବିଧାୟକ ହୋଇଥିବା ବିଜୟ ସିହ୍ନା ଭୁମିହାର ଜାତିର ପ୍ରତିନିଧିତ୍ୱ କରନ୍ତି। ସେ ବିହାରର ନୂତନ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ପୂର୍ବ ସରକାରରେ ଶ୍ରମ ମନ୍ତ୍ରୀ ଥିଲେ।
ସେହିପରି କ୍ୟାବିନେଟ୍ ମନ୍ତ୍ରୀ ଭାବେ ପ୍ରେମ କୁମାର, ଶ୍ରବଣ କୁମାର, ସନ୍ତୋଷ କୁମାର ସୁମନ, ବିଜେନ୍ଦ୍ର ଯାଦବ, ସୁମିତ କୁମାର ସିଂହ ଶପଥ ନେଇଛନ୍ତି। JDU ଓ ବିଜେପିରୁ ୩ ଜଣ ଲେଖାଏଁ, HAMରୁ ଜଣେ ଓ ଜଣେ ସ୍ୱାଧିନ ବିଧାୟକ ଶପଥ ନେଇଥିବା ସୂଚନା ମିଳିଛି।
Powered by Froala Editor