୨୨ ଜଣ ଭାରତୀୟ ଥିବା ତୈଳ ଟ୍ୟାଙ୍କରରେ କ୍ଷେପଣାସ୍ତ୍ର ମାଡ଼

ବ୍ରିଟିଶ ତୈଳ ଟ୍ୟାଙ୍କରରେ ଲାଗିଛି ନିଆଁ। ଏଥିରେ ୨୨ ଜଣ ଭାରତୀୟ ଥିବା ସୂଚନା ମିଳିଛି। ବ୍ରିଟିଶ ତୈଳ ଟ୍ୟାଙ୍କର ମାର୍ଲିନ ଲୁଆଣ୍ଡା ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଜାନୁଆରି ୨୬ ମଧ୍ୟ ରାତ୍ରରେ ହୁତିମାନଙ୍କ ଦ୍ୱାରା ଏହି ପଣ୍ୟବାହୀ ଜାହଜକୁ ଟାର୍ଗେଟ କରାଯାଇଥିଲା। ଭାରତୀୟ ନୌସେନା ନିଆଁ ଲିଭାଇବା କାର୍ଯ୍ୟରେ ସହଯୋଗ କରୁଛି।
ଖବର ମୁତାବକ, ଗଫ୍ ଅଫ୍ ଆଡେନରେ ବ୍ରିଟିଶ ଅଏଲ୍ ଟ୍ୟାଙ୍କର ମାର୍ଲିନ ଲୌଣ୍ଡା ଉପରକୁ ମିସାଇଲ ମାଡ କରାଯାଇଥିଲା। ୟେମନର ଇରାନ ସମର୍ଥିତ ହାଉତିମାନେ ଏହି ମିଶାଇଲ ମାଡ଼ କରିଛନ୍ତି। ଫଳରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି। ଏଥିରେ ୨୨ ଜଣ ଭାରତୀୟ ଥିବା ଖବର ପାଇ ନୌସେନା କର୍ମଚାରୀ ସେଠାରେ ପହଞ୍ଚିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ସଫଳ ହୋଇନାହିଁ।
ନୌସେନା କହିଛି ଯେ ଜାନୁଆରି ୨୬ ତାରିଖ ରାତିରେ ଏହି ତୈଳ ବୋଝେଇ ଜାହାଜରୁ ଏକ ଜରୁରୀକାଳୀନ ବାର୍ତ୍ତା ପାଇବା ପରେ ଏହାର ଗାଇଡେଡ୍ ମିସାଇଲ୍ ଡିଷ୍ଟ୍ରୋୟର ଆଇଏନ୍ଏସ୍ ବିଶାଖାପାଟଣାକୁ ଏଡେନ୍ ଉପସାଗରରେ ମୁତୟନ କରାଯାଇଛି।
ଜାହାଜରେ ନିଆଁ ଲିଭାଇବା କାର୍ଯ୍ୟକୁ ଏନବିସିଡି ଟିମ୍ ସହ ଅଗ୍ନିଶମ ଉପକରଣ ସହିତ ପଠାଯାଉଛି, ଯାହାକୁ ଆଇଏନଏସ ବିଶାଖାପାଟଣା ଦ୍ୱାରା ଏମଭିରେ ଥିବା କର୍ମଚାରୀମାନଙ୍କୁ ସାହାଯ୍ୟ କରିବା ପାଇଁ ନିୟୋଜିତ କରାଯାଇଛି।
Powered by Froala Editor