ପ୍ରଥମ ଥର ହଂକଂ ଷ୍ଟକ୍ ମାର୍କେଟକୁ ପଛରେ ପକାଇଲା ଭାରତ
ପ୍ରଥମ ଥର ପାଇଁ ଭାରତୀୟ ଷ୍ଟକ୍ ମାର୍କେଟ ହଂକଂକୁ ଅତିକ୍ରମ କରିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ସୋମବାର ଭାରତୀୟ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ମିଳିତ ବଜାର କ୍ୟାପ୍ (କମ୍ପାନୀଗୁଡିକର ଶେଆର୍ ମୂଲ୍ୟ) ୪ ଲକ୍ଷ ୩୩ ହଜାର କୋଟି ଡଲାରରେ ପହଞ୍ଚିଥିଲା। ଯେତେବେଳେ ହଂକଂ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ସେୟାରଗୁଡ଼ିକର ମୋଟ ମୂଲ୍ୟ ୪.୨୯ ଲକ୍ଷ କୋଟି ଡଲାର ଥିଲା।
ଏହା ସହିତ ଭାରତ ବିଶ୍ୱରେ ଚତୁର୍ଥ ବୃହତ୍ତମ ଇକ୍ୱିଟି ବଜାରରେ ପରିଣତ ହୋଇଛି। ଡିସେମ୍ବର ୫ରେ ପ୍ରଥମ ଥର ପାଇଁ ଏହାର ଷ୍ଟକ୍ ମାର୍କେଟ୍ କ୍ୟାପ୍ ୪ ଲକ୍ଷ କୋଟି ଡଲାର ଅତିକ୍ରମ କରିଥିଲା। ରିପୋର୍ଟ ଅନୁଯାୟୀ ଖୁଚୁରା ନିବେଶକାରୀ ବେସର ଦ୍ରୁତ ଅଭିବୃଦ୍ଧି ଏବଂ ଷ୍ଟ୍ରଙ୍ଗ୍ କର୍ପୋରେଟ୍ ଅର୍ଣ୍ଣିଂସ୍ ପାଇଁ ଏହା ଘଟୁଛି । ଦୁନିଆର ବଡ ବଡ କମ୍ପାନୀଗୁଡିକ ବର୍ତ୍ତମାନ ଚୀନର +1 ନୀତି ଆପଣାଉଛନ୍ତି। ଏଥିପାଇଁ ଏହି କମ୍ପାନୀଗୁଡିକର ପ୍ରିୟ ପାଲଟିଛି ଭାରତ ।
Powered by Froala Editor