ଏପ୍ରିଲରେ ଲୋକସଭା ନିର୍ବାଚନ ? ସ୍ପଷ୍ଟୀକରଣ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଚଳିତ ବର୍ଷର ଏପ୍ରିଲ ମାସରେ ହୋଇପାରେ ସାଧାରଣ ନିର୍ବାଚନ। ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ଦିଲ୍ଲୀର ୧୧ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଇଥିବା ଏକ ଚିଠିରେ ଏହା ଉଲ୍ଲେଖ ଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି। ନିର୍ବାଚନ କମିଶନରଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ହୋଇଥିବା ଟ୍ବିଟକୁ ନେଇ ବଢ଼ିଛି ସମ୍ଭାବନା। ତେବେ, ଏହି ଚିଠିଟି ସୋଶାଲ ମିଡିଆରରେ ଭାଇରାଲ ହେବାରୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଏହା ଚୂଡ଼ାନ୍ତ ନୁହେଁ, ଏହା କେବଳ ଏକ ଆନୁମାନିକ ତାରିଖ।
ଏହି ତାରିଖଟି ଅଫିସରମାନଙ୍କ ପାଇଁ ରେଫରେନ୍ସ ଥିବା କହିଛନ୍ତି ସିଇଓ। ନିର୍ବାଚନ ନେଇ ପ୍ଲାନ କରିବାକୁ ଏହି ତାରିଖ ରେଫରେନ୍ସ କରାଯାଇଥିବା ସୂଚନା ଦେଇଛନ୍ତି।
ଭାଇରାଲ ହେଉଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ନିର୍ବାଚନ ଆୟୋଗ ନିର୍ବାଚନ ଯୋଜନାରେ ଆରମ୍ଭ ଓ ଶେଷ ତାରିଖ ଗଣନା ଉଦ୍ଦେଶ୍ୟରେ ୨୦୨୪ ଏପ୍ରିଲ ୧୬ ତାରିଖକୁ ସୂଚକାଙ୍କ ଭାବେ ଅସ୍ଥାୟୀ ମତଦାନ ଦିବସ ଭାବେ ଧାର୍ଯ୍ୟ କରାଯାଇଛି । ଭାରତର ନିର୍ବାଚନ ଆୟୋଗଙ୍କ ନିର୍ବାଚନ ଯୋଜନାରେ ଦିଆଯାଇଥିବା ସମୟସୀମାକୁ ପାଳନ କରିବା ସର୍ତ୍ତରେ ଦିଲ୍ଲୀର ସମସ୍ତ ୧୧ ଟି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏହି ବିଜ୍ଞପ୍ତି ଜାରି କରାଯାଇଛି ବୋଲି ଏଥିରେ କୁହାଯାଇଛି ।
Powered by Froala Editor