୨୪ରେ ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଆସନ୍ତା ୨୪ ତାରିଖରେ ଉଦଘାଟିତ ହେବ ଓଡ଼ିଆ ବିଶ୍ବବିଦ୍ୟାଳୟ। ସତ୍ୟବାଦୀରେ ନିର୍ମିତ ହୋଇଥିବା ଓଡ଼ିଆ ବିଶ୍ବବିଦ୍ୟାଳୟ କୋଠାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବାହ୍ନ ୧୧ଟା ୩୦ରେ ରହିଛି ଉଦଘାଟନ ସମୟ। ଏନେଇ ପ୍ରେସ୍ ବିବୃତି ମାଧ୍ୟମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା।
ସୂଚନାଥାଉକି, ୨୦୧୮ରେ ବହୁ ପ୍ରତିକ୍ଷୀତ ଓଡ଼ିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀରେ ପ୍ରତିଷ୍ଠା ପାଇଁ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିଲା। ଏହା ପରେ ୨୦୨୧ରେ ଟେଣ୍ଡର ପକ୍ରିୟା ସରିବା ସହ କାମ ଆରମ୍ଭ ହୋଇଥିଲା। ଆଉ ଏବେ କାମ ସରିବା ପରେ ବିଶ୍ବବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ।
Powered by Froala Editor