ଏପରି କଲେ ମେଡିସିନ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହେବ
ଭୁବନେଶ୍ୱର: ଆଣ୍ଟିବାୟୋଟିକ୍ର ଅତ୍ୟଧିକ ବ୍ୟବହାର ରୋକିବାକୁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଆଣିବା ପରେ ଆକ୍ସନ ମୁଡକୁ ଆସି ଯାଇଛନ୍ତି ରାଜ୍ୟ ସରକାର। ଏଣିକି ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି କରି ଧରା ପଡ଼ିଲେ ମେଡିସିନ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହେବ। ଏପରି କଡ଼ା ଚେତାବନୀ ଦେଇଛନ୍ତି ଡ୍ରଗସ୍ କଣ୍ଟ୍ରୋଲର ଅଶୋକ କୁମାର ପାତ୍ର।
ଏଣିକି ଡାକ୍ତରମାନେ ଔଷଧ ଲେଖିବା ବେଳେ ଆଣ୍ଟିବାୟୋଟିକ୍ ଦେଲେ, କେଉଁ କାରଣ ପାଇଁ ସେମାନେ ଆଣ୍ଟିବାୟୋଟିକ୍ ଲେଖୁଛନ୍ତି, ତାହା ପ୍ରେସକ୍ରିପ୍ସନରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଡ୍ରଗ୍ସ କଣ୍ଟ୍ରୋଲର କହିଛନ୍ତି, ବିନା ପ୍ରେସକ୍ରିପସନରେ କେହି ଆଣ୍ଟିବାୟୋଟିକ୍ ବିକ୍ରି କରି ପାରିବେନି। ଯଦି ବିକୁଥିବା ନେଇ ଧରାପଡ଼ନ୍ତି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯିବ। ସେମାନଙ୍କ ବିରୋଧରେ ଡ୍ରଗ୍ସ ଆଣ୍ଡ କସମେଟିକସ ଆଇନ ଅନୁସାରେ କାର୍ୟାନୁଷ୍ଠାନ ନିଆଯିବ। ଏପରିକି ଦରକାର ପଡ଼ିଲେ, ଲାଇସେନ୍ସ ସସପେଣ୍ଡ ଓ ରଦ୍ଦ ବି କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
Powered by Froala Editor