ଶ୍ରୀରାମ ଲାଲାଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ: ରାଜ୍ୟରେ ୨୨ ତାରିଖ ଅଧା ଦିନ ଅଫିସ୍ ଛୁଟି
ଭୁବନେଶ୍ୱର: ୨୨ ତାରିଖ ଅଧା ଦିନ ଅଫିସ୍ ଛୁଟି। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ୨୨ ଜାନୁଆରୀ ୨୦୨୪ ଦିନ ଅପରାହ୍ନ ୨.୩୦ ପର୍ୟ୍ୟନ୍ତ ରାଜ୍ୟ ସରକାରଙ୍କ ଅଧିନସ୍ଥ ସମସ୍ତ ସରକାରୀ କାର୍ୟ୍ୟାଳୟ ବନ୍ଦ ରହିବ। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।
ସେହିପରି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ କେନ୍ଦ୍ର ସରକାର ଜାନୁଆରୀ ୨୨ରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି । କାର୍ମିକ ମନ୍ତ୍ରାଳୟ ଦ୍ୱାରା ଜାରି ଅଧିସୂଚନା ଅନୁସାରେ ସାରା ଦେଶରେ ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ୟ୍ୟାଳୟ, କେନ୍ଦ୍ରୀୟ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଉଦ୍ୟୋଗ ସଂସ୍ଥା ଅପରାହ୍ଣ ୨.୩୦ ଯାଏ ଅଧା ଦିନ ପାଇଁ ବନ୍ଦ ରହିବ ।
Powered by Froala Editor