କୁମ୍ବିଂ ଅପରେସନ୍ ବେଳେ ନକ୍ସଲ ଏବଂ ଯବାନ ମୁହାଁମୁହିଁ: ମାଓ କ୍ୟାମ୍ପ ଧ୍ବଂସ

ବୌଦ୍ଧ: ବୌଦ୍ଧରେ କୁମ୍ବିଂ ଅପରେସନ୍ ବେଳେ ନକ୍ସଲ ଏବଂ ଯବାନ ମୁହାଁମୁହିଁ ହୋଇଛନ୍ତି । ଗୁଳି ବିନିମୟ ବେଳେ ମାଓବାଦୀମାନେ ଛତ୍ରଭଙ୍ଗ ଦେବା ସହ ମାଓ କ୍ୟାମ୍ପକୁ ମଧ୍ୟ ଧ୍ବଂସ କରାଯାଇଛି। ବୁଢାଖୋଲ ଓ ମାତାକ୍ରୁପା ଜଙ୍ଗଲରେ ଏସଓଜି ଯବାନଙ୍କ ପକ୍ଷରୁ କୁମ୍ବିଂ କରାଯାଉଥିଲା। ପୁଲିସ ଏବଂ ମାଓବାଦୀଙ୍କ ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ସେପଟେ ଘଟଣାସ୍ଥଳରୁ ଆଇଇଡି ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ୍ ଜାରି ରହିଛି।
Powered by Froala Editor