୧୦ ଲକ୍ଷ ହୋଇପାରେ ଆୟୁଷ୍ମାନ ଭାରତ ବୀମାରାଶି

ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାର ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଆୟୁଷ୍ମାନ ଭାରତ ଯୋଜନାର ବୀମାରାଶି ବଢାଇ ସରକାର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି ।
ବର୍ତ୍ତମାନ ଏହି ବୀମା ରାଶି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ବୀମାରାଶି ୧୦ ଲକ୍ଷକୁ ବୃଦ୍ଧି ବ୍ୟତିତ ହିତାଧିକାରୀ ସଂଖ୍ୟା ୧୦୦ କୋଟି ବ୍ୟକ୍ତିଙ୍କୁ ବୃଦ୍ଧି କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଫେବ୍ରୁଆରି ପହିଲାରେ ଅନ୍ତରୀଣ କେନ୍ଦ୍ର ବଜେଟରେ ଏ ନେଇ ଘୋଷଣା ହେବାର ସମ୍ଭାବନା ରହିଛି। ବଜେଟରେ ଘୋଷଣା ହେବା ପରେ ବର୍ଦ୍ଧିତ ବୀମା ରାଶି ୨୦୨୪-୨୫ ଆର୍ଥିକ ବର୍ଷରୁ ଲାଗୁ ହେବାର ସମ୍ଭାବନା ରହିଛି । ଏହା ଫଳରେ ସରକାରଙ୍କ ଉପରେ ପ୍ରତିବର୍ଷ ଅତିରିକ୍ତ ୧୨,୦୭୬ କୋଟି ଟଙ୍କାର ବ୍ୟୟଭାର ପଡ଼ିବ ।
Powered by Froala Editor