ଲୋପ ପାଇଯିବ ସାର୍କ ବଂଶ, ରେସ୍ତୋରାଁରେ ଲୋକେ ଖାଇ ଯାଉଛନ୍ତି ବେବି ସାର୍କ

ବିଶ୍ବରେ ସାର୍କ ସଂଖ୍ୟା କମ୍ ହେବାରେ ଲାଗିଛି। ସାର୍କ ଏବଂ ସାଙ୍କୁଚ ଭଳି ‘ରେ’ ପ୍ରଜାତି ଗୁଡିକ ମଧ୍ୟରୁ ଏକ ତୃତୀୟାଂଶରୁ ଅଧିକ ବିଲୁପ୍ତ ହେବାର ଦ୍ବାରଦେଶରେ ପହଞ୍ଚି ଗଲେଣି। ଏହାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଲୋକମାନେ ସାର୍କ ମାଂସ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । ତେଣୁ ଅଧିକା ମାତ୍ରାରେ ଶିକାର ବି କରୁଛନ୍ତି । ତେଣୁ ଏହି ବରଳ ପ୍ରଜାତି ଲୋକ ପାଇବାକୁ ବସିଲାଣି ।
ଭାରତରେ ସାର୍କ ମାଂସର ଚାହିଦା ଅହେତୁକ ବୃଦ୍ଧି ପାଇଛି। ଅନେକ ଉପକୂଳବର୍ତ୍ତୀ ହୋଟେଲ ଏବଂ ରେସ୍ତୋରାଁ ଗୁଡିକର ବ୍ୟଞ୍ଜନରେ ସାର୍କକୁ ସାମିଲ କରାଯାଇଛି। ପ୍ରତି ବର୍ଷ ଦେଶର ହୋଟେଲ ଏବଂ ରେସ୍ତୋରାଁରେ ୨୫୧.୬ ଟନ୍ ସାର୍କ ମାଂସ ବିକ୍ରି କରାଯାଉଛି। ଏହା ୮୩,୮୬୬ ସାର୍କ ସହ ସମାନ।
ରିପୋର୍ଟ ଅନୁଯାୟୀ, ଭାରତର ୧୦ଟି ଉପକୂଳ କ୍ଷେତ୍ରର ୨,୬୪୯ ହୋଟେଲରେ ଅନୁଧ୍ୟାନ କରାଯାଇଥିଲା। ଏହା ମଧ୍ୟରୁ ୨୯୨ ହୋଟେଲରେ ସାର୍କ ମାଂସ ସାମିଲ କରାଯାଇଥିଲା। ଗୋଆର ସର୍ବାଧିକ ରେସ୍ତୋରାଁରେ ସାର୍କ ମାଂସ ପରସା ଯାଉଛି। ସ୍ଥାନୀୟ ଅଧିବାସୀ ଏବଂ ପର୍ଯ୍ୟଟକ ‘ବେବି ସାର୍କ’ର ମାଂସ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଏଥିପାଇଁ ଅଧିକ ଶିକାର ହେଉଛି। ଫଳରେ ଛୋଟ ସାର୍କଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ବେବି ସାର୍କର ଓଜନ ତିନି କେଜିରୁ ଅଧିକ ହୋଇଥାଏ।
‘କନଜରଭେସନ ସାଇନ୍ସ ଆଣ୍ଡ ପ୍ରାକ୍ଟିସ’ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ ସାର୍କ ଏବଂ ‘ରେ’ ପ୍ରଜାତିର ଜୀବଙ୍କ ସଂଖ୍ୟାରେ ଭାରତ ତୃତୀୟ ସ୍ଥାନରେ ରହିଛି। ବିଶେଷ କରି ଦକ୍ଷିଣ କ୍ଷେତ୍ରରେ ଏହି ମାଂସର ଚାହିଦା ଦ୍ରୁତଗତିରେ ବଢ଼ିବାରେ ଲାଗିଛି।
Powered by Froala Editor