ବିଏସ୍କେୱାଇ ପଞ୍ଜିକରଣ ଅବଧି ବୃଦ୍ଧି କଲେ ରାଜ୍ଯ ସରକାର
ଭୁବନେଶ୍ୱର: ବିଏସ୍କେୱାଇ ନବୀନ କାର୍ଡର ଆବେଦନ ତାରିଖ ବୃଦ୍ଧି କରାଯାଇଛି। ୧୬ ଜାନୁଆରୀ ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଆସନ୍ତା ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଗରିବ ହିତାଧିକାରୀ ମାନେ ବିଏସ୍କେୱାଇ ନବୀନ କାର୍ଡ ପାଇଁ ଆବେଦନ କରିପାରିବେ। ଜାନୁଆରୀ ୬ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଛି। ଏବେ ଅବଧି ବୃଦ୍ଧି ପାଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଏସ୍କେୱାଇ ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ଲୋକଙ୍କ ଠାରୁ ପ୍ରସ୍ତାବ ମିଳିଥିଲା, ରାଜ୍ୟ ସରକାର ଏହା ଉପରେ ବିଚାର କରି ଅବଧି ବୃଦ୍ଧି କରିଛନ୍ତି।
Powered by Froala Editor