ଗଞ୍ଜେଇ ଜବତ, ୨ ଗିରଫ
ଫୁଲବାଣୀ : ବାଇକରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ବାଇକ ସହ ଗଞ୍ଜେଇ ଏବଂ ୨ ଜଣ ଗଞ୍ଜେଇ ମାଫିଆକୁ ଫିରିଙ୍ଗିଆ ପୁଲିସ ଗିରଫ କରିଥିବା ସୂଚନା ଦେଇଛି।
ତେବେ ଉଭୟ ଗଞ୍ଜେଇ ଚାଲାଣକାରୀ ଫିରିଙ୍ଗିଆ ଥାନା ଅଞ୍ଚଳର ବୋଲି ଜଣା ପଡ଼ିଥିବା ବେଳେ ବାଲିଗଟା ଗ୍ରାମର ପ୍ରକାଶ ବିନ୍ଧାଣି ଏବଂ ଅନ୍ୟ ଜଣେ ପାଙ୍ଗା ଗ୍ରାମର ବାଲ୍ମୀକି ଦିଗାଲ ବୋଲି ଜଣାପଡିଛି । ତେବେ ଉଭୟ ଗଞ୍ଜେଇ ଚାଲାଣକାରୀ ଗୋଟିଏ ବାଇକରେ ଗଞ୍ଜେଇ ଧରି କାଶିନୀ ପଦର ପଟୁ ଫିରିଙ୍ଗିଆ ଆଡକୁ ଆସୁଥିବା ବେଳେ ଫିରିଙ୍ଗିଆ ପୁଲିସ କାଶିନୀ ପଦର ନିକଟ ରାସ୍ତାରେ ବାଇକକୁ ଅଟକାଇ ବାଇକ ସହ ୧୨ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ୨ ଜଣ ଗଞ୍ଜେଇ ଚାଲାଣ କାରୀକୁ ଗିରଫ କରିଛି। ଅନ୍ୟ ପଟେ ଫିରିଙ୍ଗିଆ ଥାନାରେ ଗଞ୍ଜେଇ ଚାଲାଣ ସମ୍ପର୍କିତ ୧୬/୨୪ ରେ ଏକ ମାମଲା ରୁଜୁ କରି ଉଭୟ ଚାଲାଣକାରୀକୁ କୋର୍ଟ ଚାଲାଣ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
Powered by Froala Editor