ଶିଶୁର କଟାମୁଣ୍ଡ ଉଦ୍ଧାର
ଯାଜପୁର: ଯାଜପୁର ଜିଲ୍ଲା ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରୁ ଏକ ଶିଶୁର କଟାମୁଣ୍ଡ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଜଣେ ଗ୍ରାମବାସୀଙ୍କ ବାଡ଼ିରେ ଶିଶୁର କଟାମୁଣ୍ଡ ଦେଖିବାକୁ ମିଳିଥିଲା। ଶିଶୁର ଆଖପାଖରେ କୁକୁର ମଧ୍ୟ ବୁଲୁଥିବା ଦେଖିଥିଲେ ଲୋକେ। ଏନେଇ ଆଜି ସକାଳେ ଯାଜପୁର ରୋଡ୍ ପୁଲିସକୁ ଖବର ଦିଆଯାଇଥିଲା।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଶିଶୁର କଟାମୁଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ବଳି ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ବଳି ଦେବା ପରେ ଶିଶୁର କଟାମୁଣ୍ଡ ପକାଇ ଦେଇଥିବା ଆଶଙ୍କା କରାଯାଉଛି। ତେବେ କଟାମୁଣ୍ଡ ପଛର କ’ଣ ରହିଛି ପ୍ରକୃତ କାରଣ, ସେନେଇ ତଦନ୍ତ ଜାରି ରଖିଛି ପୁଲିସ।
Powered by Froala Editor