ଗର୍ଲଫ୍ରେଣ୍ଡ ଜୁଚୋବେନିଙ୍କୁ ବାହାହେଲେ ସନମ

ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଜୁଚୋବେନି ତୁଙ୍ଗୋଙ୍କୁ ବିବାହ କରିଛନ୍ତି ଭାରତୀୟ ପପ ରକ ବ୍ୟାଣ୍ଡ ସନମର ଲିଡ ସିଙ୍ଗର ସନମ ପୁରୀ । ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ସେ ନାଗାଲାଣ୍ଡରେ ବିବାହ କରିଛନ୍ତି, ଯାହାର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।
ଜୁଚୋବେନି ତୁଙ୍ଗୋ ଏକ ଧଳା ରଙ୍ଗର ଏମ୍ବ୍ରୋଡେଡ ଗାଉନରେ ସୁନ୍ଦର ପରି ଦେଖାଯାଉଛନ୍ତି। ଉଭୟ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ତରଫରୁ ଅନେକ ଅଭିନନ୍ଦନ ଗ୍ରହଣ କରୁଛନ୍ତି। ସନମ ଏବଂ ଜୁଚୋବେନି ତୁଙ୍ଗୋଙ୍କ ବିବାହ ଆଲବମ ଇନଷ୍ଟାଗ୍ରାମରେ ଶେୟାର କରାଯାଇଛି। ସେ ହାତରେ ଧଳା ଫୁଲର ଗୁଲଦସ୍ତା ଧରି ସନମଙ୍କ ସହ ଏକ ରୋମାଣ୍ଟିକ ପୋଜ ଦେଉଛନ୍ତି ।
Powered by Froala Editor