ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଯିବନି କଂଗ୍ରେସ
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମିଳିଥିବା ନିମନ୍ତ୍ରଣକୁ ଅସ୍ବୀକାର କଲା କଂଗ୍ରେସ। ଆମନ୍ତ୍ରଣ ପତ୍ରକୁ ପ୍ରତ୍ୟାଖ୍ୟାନ କରିଛି କଂଗ୍ରେସ। ଜାନୁଆରୀ ୨୨ ରେ ଅଯୋଧ୍ୟାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ କୌଣସି କଂଗ୍ରେସ ନେତା ଯିବେ ନାହିଁ। ଏନେଇ କଂଗ୍ରେସ ପକ୍ଷରୁ ଏକ ବିବୃତି ଜାରି କରି ସୂଚନା ଦିଆଯାଇଛି।
ଜୟରାମ ରମେଶ ଏକ ବିବୃତ୍ତିରେ କହିଛନ୍ତି ଯେ, ଅଧୁରା ରାମ ମନ୍ଦିରର ଉଦ୍ଘାଟନ କରାଯାଉଛି । ଆମ ଦେଶର ଲକ୍ଷ ଲକ୍ଷ ଲୋକେ ଭଗବାନ ରାମଙ୍କ ପୂଜା କରନ୍ତି। ଧର୍ମ ଏକ ବ୍ୟକ୍ତିଗତ ମାମଲା। ବିଜେପି ଏବଂ ଆରଏସଏସ ନେତାଙ୍କ ଦ୍ୱାରା ପ୍ରାଣ ପ୍ରତିଷ୍ଠାକୁ ନିର୍ବାଚନ ଲାଭ ପାଇଁ ବ୍ୟବହାର କରାଯାଉଛି। ୨୦୧୯ର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପାଳନ କରି ଓ ଭଗବାନ ରାମଙ୍କ ସମ୍ମାନ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଭାବନାକୁ ସମ୍ମାନ ଦେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି ଓ ଅଧୀର ରଞ୍ଜନ ଚୌଧୁରୀ ସମ୍ମାନପୂର୍ବକ ନିମନ୍ତ୍ରଣକୁ ଅସ୍ୱୀକାର କରିଛନ୍ତି। ଧର୍ମ ଏକ ବ୍ୟକ୍ତିଗତ ବିଷୟ। କିନ୍ତୁ ଆରଏସଏସ / ବିଜେପି ଅଯୋଧ୍ୟାରେ ଥିବା ମନ୍ଦିରକୁ ଏକ ରାଜନୈତିକ ପ୍ରକଳ୍ପ କରିଛି।”
Powered by Froala Editor