୧୫୦ ବର୍ଷ ଧରି ଲାଗି ରହିଥିବା ଚାଷୀଙ୍କର ବଡ ସମସ୍ୟାର ସମାଧାନ କଲେ ମୁଖ୍ୟମନ୍ତ୍ରୀ
ବାଲେଶ୍ବର: ୧୫୦ ବର୍ଷ ଧରି ଲାଗି ରହିଥିବା ଚାଷୀଙ୍କର ଏକ ବଡ ସମସ୍ୟାର ସମାଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସିକ୍କିମ ପଟ୍ଟାଧାରୀ ରୟତମାନେ ନିଜ ଜମିର ସତ୍ତ୍ବ ପାଇବା ନେଇ ସମସ୍ୟା ଲାଗି ରହିଥିଲା । ହେଲେ ଏହି ସମସ୍ୟା ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ରାଜସ୍ବ ଆଇନରେ ପରିବର୍ତ୍ତନ ଅଣାଯାଇଛି। ସମଗ୍ର ରାଜ୍ୟର ୨ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ । କେବଳ ବାଲେଶ୍ବର ଜିଲ୍ଲାର ୧୮ ହଜାର ରୟତ ପରିବାର ଉପକୃତ ହେବେ । ୧୫୦ ବର୍ଷ ପରେ ସେମାନେ ସେମାନଙ୍କ ଜମିର ପଟ୍ଟା ପାଇବେ। ୨୧୦୧ ଏକର ସିକ୍କିମ ପଟ୍ଟା ସ୍ଥିତିରେ ଥିବା ଜମିର ପଟ୍ଟା ମିଳିବ । ଦିନିକିଆ ବାଲେଶ୍ବର ଗସ୍ତରେ ଯାଇ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହା କହିଛନ୍ତି। ଏହାସହ ଭତ୍ତାକୁ ନେଇ ନେଇ ଦେଇଛନ୍ତି ଖୁସି ଖବର।
ବାଲେଶ୍ବର ଗସ୍ତ ବେଳେ ୫-ଟି ଅଧ୍ୟକ୍ଷ କହିଛନ୍ତି ବିଭିନ୍ନ ବିକାଶ କାର୍ୟ୍ୟ ଲାଗି ବାଲେଶ୍ବର ଜିଲ୍ଲା ଗତ ୬ ମାସ ମଧ୍ୟରେ ପାଇଛି ୧୦୩୮ କୋଟି ଟଙ୍କା । ୧୫୦ ବର୍ଷର ସିକ୍କିମ ପଟ୍ଟା ସମସ୍ୟାର ହେବ ସମାଧାନ । ସାଢେ ଚାରି କୋଟି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନିଜ ପରିବାରର ସଦସ୍ୟ ଭାବନ୍ତି । ଲୋକଙ୍କ ସମସ୍ୟାର ସମାଧାନ ଲାଗି ମୁଖ୍ୟମନ୍ତ୍ରୀ ଦିନରାତି କାମ କରୁଛନ୍ତି । ପଞ୍ଚମ ପାଳିରେ ବହୁ ଯୋଜନା କରାଯାଉଛି ।’ ଗସ୍ତରୁ କ’ଣ ମିଳୁଛି ବା କ’ଣ ଫରକ ପଡୁଛି ବୋଲି କେହି କେହି ପ୍ରଶ୍ନ ଉଠାଉଛନ୍ତି । ଜବାବରେ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, ‘ସେ ଜୁନ ମାସରେ ବାଲେଶ୍ବର ଆସି ଲୋକଙ୍କଠାରୁ ଦରଖାସ୍ତ ନେଇଥିଲେ । ସବୁ ଦରଖାସ୍ତକୁ ବିଚାରକୁ ନେଇ ଜିଲ୍ଲାକୁ ୧୦୩୮କୋଟି ଟଙ୍କା ବିକାଶମୂଳକ କାର୍ୟ୍ୟ ମିଳିଛି, ଏହା ହିଁ ବଡ ଫରକ।’
ଆଗକୁ ସେ କହିଥିଲେ, ‘ଫେବ୍ରୁଆରୀ ଶେଷ ସୁଦ୍ଧା ଜିଲ୍ଲାରେ ଲକ୍ଷ୍ମୀ ଯୋଜନା କାର୍ୟ୍ୟକାରୀ ହେବ। ଛାତ୍ରଛାତ୍ରୀ ଓ ମା’ମାନେ ବିଶେଷ ଉପକୃତ ହେବେ। ୫-ଟି ଯୋଜନାରେ ବାଲେଶ୍ବର ଜିଲ୍ଲାର ୧୩୬ କଲେଜ ସାମିଲ ହୋଇଛି । ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସୁବିଧା ମିଳିବ। ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଲାଗି ୧୬ ତାରିଖରେ ଆସିବ ଖୁସି ଖବର। ଗଞ୍ଜାମ ହିଞ୍ଜିଳିକାଟୁରେ ବୁଲିବାର ଅନୁଭୂତି ବାଲେଶ୍ବରରେ ପାଇଛି ।’ ନୂଆ-ଓ କାର୍ୟ୍ୟକ୍ରମରେ ଅନ୍ତର୍ନିହିତ ପ୍ରତିଭାର ବିକାଶ ଲାଗି ସେ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ।
Powered by Froala Editor